୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ, ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌

୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୪ ଗିରଫ। ଲୁଟେରାଙ୍କ ସହ ଜଣେ ଚୋରା ସାମଗ୍ରୀ କ୍ରେତାଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌ । ସେମାନଙ୍କଠାରୁ ୨ଟି ବାଇକ୍‌ ସହ ୨ଟି ସୁନା ଚେନ୍‌ , ୨ ପଟ ସୁନା ଚୁଡି, ୩ଟି ସୁନା ମୁଦି, ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସୁନା ହାର ଜବତ କରିଛି ପୋଲିସ୍‌ ।

ଟାଙ୍ଗୀ (କେନ୍ୟୁଜ): ୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୪ ଗିରଫ। ଲୁଟେରାଙ୍କ ସହ ଜଣେ ଚୋରା ସାମଗ୍ରୀ କ୍ରେତାଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌ । ସେମାନଙ୍କଠାରୁ ୨ଟି ବାଇକ୍‌ ସହ ୨ଟି ସୁନା ଚେନ୍‌ , ୨ ପଟ ସୁନା ଚୁଡି, ୩ଟି ସୁନା ମୁଦି, ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସୁନା ହାର ଜବତ କରିଛି ପୋଲିସ୍‌ । ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି।

କିଛି ଦିନ ଧରି ୧୬ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ଆତଙ୍କ ଖେଳାଇ ମହିଳାଙ୍କ ପାଖରୁ ଲୁଟ୍‌ କରୁଥିଲେ। ଖୋର୍ଦ୍ଧା SP, ବାଲୁଗାଁ SDPO ସୁଭ୍ରାଂଶୁ ମିଶ୍ର , ଟାଙ୍ଗି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ପେଶିଆଲ ଟିମ୍‌ ଗଠନ କରାଯାଇଥିଲା। ଶେଷରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଥିଲା। ପୋଲିସ୍‌ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ଲୁଟେରାଙ୍କୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.