୧୫ମିନିଟରେ ଓଦା କପଡ଼ା ହୋଇଯିବ ଶୁଖିଲା

ଆସିଲା ନୂଆ ପୋର୍ଟେବଲ ଡ୍ରାଏର ମେସିନ, ବର୍ଷାଦିନରେ ମାତ୍ର ୧୫ ମିନିଟରେ ଶୁଖାଇଦେବ ଓଦା କପଡ଼ା, ଆଗୁଆ କରନ୍ତୁ ପ୍ରି ବୁକିଂ

ବର୍ଷା ଦିନରେ ସବୁଠୁ ବଡ଼ ଟେନସନ କଣ ଜାଣିଛନ୍ତି ? ଓଦା କପଡ଼ା ନଶୁଖିବା। ଏବେ ତ ପ୍ରାୟ ସବୁ ସ୍ଥାନରେ ପିନ୍ଧା ଲୁଗାକୁ ଶୁଖାଇବା ପାଇଁ ଛାତ ଉପରକୁ ଲୋକ ଯାଉଛନ୍ତି। କମ ଜାଗା କାରଣରୁ ତଳେ ଶୁଖାଇ ହେଉନାହିଁ। ଆଉ ତା ଠୁ ବଡ଼ କଷ୍ଟ ହେଉଛି ଯଦି ବର୍ଷା ଆରମ୍ଭ ହୁଏ ପୁଣି ଥରେ ଛାତକୁ ଯାଅ ସେସବୁୁକୁ ନେଇକି ଆସ, ଭଲରେ ନଶୁଖିବା କାରଣରୁ ବର୍ଷା ବନ୍ଦ ହେଲେ ପୁଣି ଛାତ ଉପରେ ପକାଅ। କାରଣ ଶୁଖାଇବା ପାଇଁ କିଛି ଭଲ ବ୍ୟବସ୍ଥା ଘରେ ନଥାଏ। କେବଳ ଫ୍ୟାନ ପଙ୍ଖା ଛାଡ଼ିଲେ.. ଏବେ ଆଧୁନିକ ଯୁଗରେ ଡ୍ରାଏର ମେସିନ ଆସିଲାଣି। ତେବେ ବି ଅନେକଙ୍କ ଘରେ ଏହି ସୁବିଧା ନଥାଏ।

ଓ୍ଵାସିଂ ମେସିନରେ ବି ଡ୍ରାଏର ଅଛି। ତେବେ ଏହା ଭଲ ଭାବେ ଶୁଖାଇନଥାଏ। କିନ୍ତୁ ଆମେ ଆଜି ଏକ ବଢ଼ିଆ ତରିକା କହିବୁ। ତାକୁ ଆପଣାଇ ଆପଣ ନିଜ ଓଦା ଜିନିଷକୁ ଭଲ ଭାବେ ଶୁଖାଇପାରିବେ। ଆମେ କହୁଛୁ ପୋର୍ଟେବଲ ଡ୍ରାଏର କଥା.. ଯେଉଁଥିରେ ୧୫ ମିନିଟରେ ଆପଣ ଅନେକ ଓଦା କପଡ଼ା କୁ ଶୁଖାଇପାରିବେ।

ମୌସୁମୀ ଏବେ ପୂରା ଦେଶକୁ ଛୁଇଁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହେଉଛି। ତେଣୁ ଏହି ପରିସ୍ଥିତିରେ ଆପଣ ବର୍ଷା ପାଇଁ ନିଜ ପିନ୍ଧା ଲୁଗାକୁ ଡା୍ରଏର ବ୍ୟବହାର କରି ଶୁୂଖାଇପାରିବେ। ଏହା ମାତ୍ର ୧୫ ମିନିଟରେ ଆପଣଙ୍କ କପଡ଼ାକୁ ଶୁଖାଇଦେବ।

ମୋରସ ଜିରୋ ନାମକ ଏହି ପୋର୍ଟେବଲ ଉପକରଣ ଭ୍ୟାକୁମ+ଡିିହାଇଡ୍ରେସନ ଉପାୟରେ ଏହା ଦୁନିଆର ପ୍ରଥମ କାଉଣ୍ଟରଟପ ଟମ୍ବଲ ଡ୍ରାଏର ହେବାର ଘୋଷଣା କରିଛି। ମାନେ ଏହି ମେସିନରେ କପଡ଼ା ଖୁବ ଶୀଘ୍ର ଶୁଖିଯିବ। ଏମିତିରେ ମାତ୍ର ୪୦% ଯାଏ ଶକ୍ତି ଖର୍ଚ୍ଚ ହେବ। ଏହାକୁ ଆପଣ ଓ୍ଵାସିଂ ମେସିନ ସହ ଯୋଡ଼ିପାରିବେ।

ବଜାରରେ ଏହା ଦାମ $299 ମାନେ ୨୫ ହଜାର ଟଙ୍କା ରହିଛି। ଏଥିପାଇଁ ଆପଣ ପ୍ରି ଅର୍ଡର କରିପାରିବେ। ତେଣୁ ଆପଣ ବି ଆଉ ବେଶି ଚିନ୍ତା ନକରି ଏହି ମେସିନ କୁ ଘରକୁ ଆଣନ୍ତୁ। ମାତ୍ର ୧୫ ମିନିଟରେ ଘରେ ନିଜର ସବୁ ଓଦା କପଡ଼ାକୁ ଶୁଖାଇଦିଅନ୍ତୁ। ଏମିତିରେ ବେଶି ଖର୍ଚ୍ଚ ମଧ୍ୟ ହେବ ନାହ ିଁ। ଆପଣ ଏହାକୁ ସାଥିରେ ଧରି ବାହାରକୁ ମଧ୍ୟ ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.