Below header

ଲୋକ କେବେ ହେବେ ସଚେତନ ? ସଫା କରିବା ଆଳରେ ୪ ଲକ୍ଷ ଟଙ୍କାର ଅଳଙ୍କାର ନେଇ ଛୁ ମାରିଲେ ଦୁର୍ବୃତ୍ତ

ସଫା କରିବା ବାହାନାର ଲୁଟି ନେଲେ ୪ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମରେ ଏଭଳି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପିପିଲି (କେନ୍ୟୁଜ): ସଫା କରିବା ବାହାନାର ଲୁଟି ନେଲେ ୪ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମରେ ଏଭଳି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉକ୍ତ ୨ ଜଣ ଲୁଟେରାଙ୍କର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି ।

୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ପ୍ରତାପରୁଦ୍ରପୁର ଗ୍ରାମରେ ପ୍ରାୟ ସାଢେ ଦଶଟାରେ ପହଞ୍ଚି କଂସା ପିତ୍ତଳ ସଫା କରାଇବା ପାଇଁ ଗାଁରେ କହିଥିଲେ । ଗାଁର ଦେବେନ୍ଦ୍ର ପଣ୍ଡାଙ୍କ ଘରେ କଂସା ପିତ୍ତଳ ମଧ୍ୟ ସଫା କରିଥିଲେ । ପରେ ରୂପା ପାଉଁଜି ମଧ୍ୟ ସଫା କରିଥିଲେ । ଏହା ସହ ଦେବେନ୍ଦ୍ର ପଣ୍ଡାଙ୍କର ତିନି ବୋହୁ ରଶ୍ମିତା, ପଙ୍କଜିନୀ ଏବଂ ପ୍ରିୟଙ୍କାଙ୍କୁ ସେମାନଙ୍କର ସୁନା ଅଳଙ୍କାର ସଫା କରିବାକୁ କହିଥିଲେ । ତିନି ବୋହୁ ସେମାନଙ୍କର ସୁନା ମଙ୍ଗଳ ସୁତ୍ର, କାନ ଫୁଲ ସଫା କରିବାକୁ ଦେଇଥିଲେ । ଲୁଟେରା ଦ୍ୱୟ ସମସ୍ତ ଅଳଙ୍କାରକୁ ଏକ ପାତ୍ରରେ ଲାଲ୍ ପାଉଡର ମିଶା ହଳଦି ପାଣିରେ ପକାଇଥିଲେ । ଉକ୍ତ ପାତ୍ରରେ ହାତ କିମ୍ବା ଅନ୍ୟ କିଛି ଲଗାଇବାକୁ ବାରଣ କରିବା ସହ ପାତ୍ରକୁ ଗ୍ୟାସ୍ ଚୂଲା ରେଗରମ କରିବାକୁ କହିଥିଲେ ।

ଏହି ସମୟରେ ଲୁଟେରା ମାନେ କୌଶଳ କ୍ରମେ ସୁନା ଅଳଙ୍କାର ଲୁଟ୍ କରି ନେଇଥିଲେ । ପରେ ସନ୍ଦେହ ହେବାରୁ ପାତ୍ରକୁ ଯାଞ୍ଚ କରିଥିଲେ ପରିବାର ଲୋକ । ମାତ୍ର ସେଥିରେ ସୁନା ଅଳଙ୍କାର ନ ଥିଲା । ଲୁଟେରା ମାନେ ମଧ୍ୟ ଘଟଣାସ୍ଥଳରୁ ସୁନା ଅଳଙ୍କାର ନେଇ ଫେରାର ହୋଇ ଯାଇଛନ୍ତି । ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଛି । ଏ ନେଇ ଦେବେନ୍ଦ୍ର ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ୨ ବର୍ଷ ପୂର୍ବେ ବାଲିପାଟଣା ଥାନା ଦାମୋଦରପୁର ଏବଂ ବାରଙ୍ଗ ଥାନା ଅଂଚଳରେ ସମାନ ଢଙ୍ଗରେ ଲୁଟ୍ କରି ପୋଲିସ ହାତରେ ଧରା ପଡିଥିଲେ ଲୁଟେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.