ସଡନ ଡେଥରେ କୁଏତକୁ ହରାଇ ସାଫ୍‌ ଚାମ୍ପିଅନସିପ କପ୍‌ ବାଜି ମାରିଲା ଭାରତ

ଭାରତ ଜିତିଲା ସାଫ୍‌ କପ୍‌ ଚାମ୍ପିଅନସିପ । ସଡନ ଡେଥରେ କୁଏତକୁ ହରାଇଲା ଭାରତ । ଭାରତ ନବମ ଥର ପାଇଁ ସାଫ ଚାମ୍ପିଅନ ହେବାର ଗୌରବ ହାସଲ କରିଛି ।

ସାଫ କପ୍‌ ବାଜିମାରିନେଲା ଭାରତ । ସୁନୀଲ ଛେତ୍ରୀଙ୍କ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଫ କପ୍ ହାତେଇଛି। ଫାଇନାଲରେ ଦଳ କୁଏତକୁ ସଡନ ଡେଥ(୫-୪)ରେ ହରାଇଛି। ଶୁଟ ଆଉଟର ପ୍ରଥମ ୫ଶଟ ପରେ ସ୍ଥିତି ୪-୪ରେ ରହିଥିଲା। ଏହାପରେ ଭାରତ ସଡନ ଡେଥର ପ୍ରଥମ ଶଟ୍ ଗୋଲରେ ପରିଣତ କରିଥିଲା। ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଗୋଲଡେନ ବୁଟ୍‌ ସହିତ ଗୋଲଡେନ ବଲ୍‌ ମିଳିଥିଲା ।

କିନ୍ତୁ କୁଏତର ଅଧିନାୟକ ମାରିଥିବା ଶଟ୍କୁ ଭାରତୀୟ ଗୋଲକିପର ଗୁରପ୍ରୀତ ଅଟକାଇ ଦେଇଥିଲେ। ଫଳରେ ଭାରତ କୁଏତକୁ ୫-୪ରେ ହରାଇ ଚାମ୍ପିଅନ ହୋଇଛି। ୨୦୨୧ରେ ଭାରତ ୩-୦ରେ ନେପାଳକୁ ହରାଇ ଟ୍ରଫି ଜିତିଥିଲା। ଭାରତ ନବମ ଥର ପାଇଁ ସାଫ ଚାମ୍ପିୟନ ହେବାର ଗୌରବ ହାସଲ କରିଛି ।


ଭାରତୀୟ ଦଳ କେବଳ ୨୦୦୩ରେ ଫାଇନାଲରେ ପ୍ରବେଶ କରି ପାରି ନଥିଲା। ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୧୧, ୨୦୧୫ ଓ ୨୦୨୧ରେ ଦଳ ଚାମ୍ପିୟନ ହୋଇଥିଲା। ୧୯୯୫, ୨୦୦୮, ୨୦୧୩ ଓ ୨୦୧୮ରେ ଭାରତକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡିୟମରେ ଆଜି ଦୁଇ ଟିମ ମଧ୍ୟରେ ଫାଇନାଲ ମୁକାବିଲା ଆରମ୍ଭ ହୋଇଥିଲା । ସାଫ କପ ପୂର୍ବରୁ ଭାରତୀୟ ଦଳ ଭୁବନେଶ୍ୱରରେ ଇଣ୍ଟର କଣ୍ଟିନେଣ୍ଟାଲ କପ ମଧ୍ୟ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.