ଜାମୁଝରି ମୁକ୍ତକାଶ ଜେଲରେ ଜେଲରଙ୍କ ଉତ୍ପାତ : ସୁପରିଟେଣ୍ଡେଣ୍ଟଙ୍କୁ ମାଡ଼ ମାରି ହେଲେ ନିଲମ୍ବିତ

ଭୁବନେଶ୍ୱରରେ ଜାମୁଝରି ମୁକ୍ତାକାଶ ଜେଲରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର। ଏନେଇ ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କଲା ଜେଲ ବିଭାଗ। ଏହା ସହ ତାଙ୍କୁ କୋରାପୁଟ ସର୍କଲ ଜେଲକୁ ମଧ୍ୟ ବଦଳି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଜେଲ ଅଧିକ୍ଷକଙ୍କୁ ମାଡ଼ ମାରି ଜେଲର ନିଲମ୍ବିତ। ଭୁବନେଶ୍ୱରରେ ଜାମୁଝରି ମୁକ୍ତାକାଶ ଜେଲରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର । ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପିଟିଲେ । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କଲା ଜେଲ ବିଭାଗ । ଥାନାରେ ମାମଲା ପରେ ଜେଲରଙ୍କୁ ନିଲମ୍ବିତ କରିଛନ୍ତି ଡିଜି। ସୋମବାର ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ସୁପରିଟେଣ୍ଡେଣ୍ଟ ଅଶୋକ ବେହେରାଙ୍କୁ ଆକ୍ରମଣ କରିଥିଲେ କେଦାରନାଥ । ଏହାସହ ଅଧିକ୍ଷକଙ୍କ ଚାମ୍ବରର କବାଟକୁ ବାଡେଇ ଭାଙ୍ଗି ଦେଇଥିଲେ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ଜେଲ ଅଧିକ୍ଷକ।

ସୂଚନା ଅନୁସାରେ ଜେଲର କେଦାରନାଥ ବେହେରା ତାଙ୍କ ଝିଅ ବାହାଘର ଭୋଜିକୁ ଭାରପ୍ରାପ୍ତ ଅଧିକ୍ଷକ ଅଶୋକ କୁମାର ବେହେରାଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ଅଶୋକ କୁମାର ବିବାହ ଉତ୍ସବକୁ ଯାଇପାରିନଥିଲେ । ଏହାକୁ ନେଇ କେଦାରନାଥ ବେହେରା ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । କେଦାରନାଥଙ୍କ ବିରୋଧରେ ଜେଲ ଡିଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହା ସହ ତାଙ୍କୁ କୋରାପୁଟ ସର୍କଲ ଜେଲକୁ ମଧ୍ୟ ବଦଳି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.