Below header

ଚିଲିକା ନିକଟବର୍ତ୍ତୀ ଅଞ୍ଚଳରୁ ୭ଟି ମୃତ ବିଦେଶୀ ପକ୍ଷୀ ଜବତ, ୨ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ଏବେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢୁଛି । ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା  କରାଯାଇଛି । କିନ୍ତୁ ଗଳା ବାଟଦେଇ ପକ୍ଷୀ ଶୀକାରୀମାନେ ସକ୍ରିୟ ହେଉଛନ୍ତି । ପକ୍ଷୀ ଶିକାର କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି । ଆଜି  ୨ ଜଣ ପକ୍ଷୀ ଶିକାରୀ ପକ୍ଷୀ ଶିକାର କରି ଚୋରାଚାଲାଣ କରିବାକୁ ବାହାରି ଥିବା ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଟାଙ୍ଗୀ ରେଞ୍ଜ ଅଧିନ ଭୁଷଣ୍ଡପୁର ୧୩ ନଂ କୂଦ ନିକଟରୁ ୨ ଜଣ ପକ୍ଷୀ  ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଲାର୍ଜ୍ଜ ସୁଲିଂ ଡ଼କ୍-୨ଟା, ଗଡ଼ୱାଲ-୨, କଟନ ଟେଲ-୨ ଓ କମନଟେଲ-୧ ଟା ମୋଟ  ୭ ଟି ମୃତ ବିଦେଶୀ ପକ୍ଷୀ  ଜବତ କରିଥିଲେ।

bird 2

ଗିରଫ ଶିକାରୀ ଦ୍ୱୟ  ହେଲେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଜାଗୁଳାଇ ପାଟଣା ଗ୍ରାମର   ସୁରେନ୍ଦ୍ର ବେହେରା ଓ ଦୁଷ୍ମନ୍ତ ବେହେରା ।ଶୀକାରୀ ମାନେ ନୀରୀହ ପକ୍ଷୀ ମାନଙ୍କୁ କଇଁ ଫୁଲ କେଶରରେ  ଫୁରାଡନ୍ ଭଳି ମାରାତ୍ମକ ଵିଷ ଦେଇ ଶିକାର କରୁଥିବା ଜଣା ପଡିଛି । ଶିକାରୀ ଦ୍ୱୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.