Below header

ବିରାଟ ଲକ୍ଷ୍ୟରେ ବିରାଟ ବାହିନୀଙ୍କ ସାଉଥ ଆଫ୍ରିକା ଗସ୍ତ

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆର ଗସ୍ତ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବା ଉଦ୍ଦେଶ୍ୟ ନେଇ ପହଞ୍ଚିଛି ବିରାଟ ବାହିନୀ । ଉଭୟ ଦଳ ସେଞ୍ଚୁରିଆନ, ଜୋହାନ୍ସବର୍ଗଓ କେପଟାଉନରେ ତିନୋଟି ଟେଷ୍ଟ ମ୍ୟାଚ ଖେଳିବେ । ସୁପରସ୍ପୋର୍ଟ ପାର୍କରେ ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ୧୮ଜଣ ଖେଳାଳୀ ଓ ସର୍ପୋର୍ଟ ଷ୍ଟାପଙ୍କୁ ହୋଟେଲ ରୁମରେ କିଛି ଦିନ ପାଇଁ କ୍ୱାରେଣ୍ଟିନ କରାଯିବ । ଭାରତୀୟ ଟେଷ୍ଟ ଦଳ ଗୁରୁବାର ସକାଳେ ମୁମ୍ବାଇରୁ ଏକ ଚାଟାର୍ଡ ବିମାନରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ପୂର୍ବରୁ ଦଳର ଚିତ୍ର ସେୟାର କରିଥିଲା । ଏବଂ ବର୍ତ୍ତମାନ ଦଳର ଆଗମନର ଚିତ୍ର ବିସିସିଆଇ ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ୨୬ଡିସେମ୍ବରରୁ ଭାରତ ଦକ୍ଷିଣ ଆଫ୍ରିକାରେ ୩ଟି ଟେଷ୍ଟ ଓ ୩ଟି ଓଡିଆଇ ଖେଳିବ ।

ଏହି ୩ଟେଷ୍ଟ ସିରିଜରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକାର ୧୮ଜଣିଆ ଦଳର ନେତୃତ୍ୱ ନେବେ । ଭାରତ ସେମାନଙ୍କ ନୂତନ ଭାବେ ନିଯୁକ୍ତ ଉପଅଧିନାୟକ ରୋହିତ ଶର୍ମାଙ୍କୁ ମନେପକାଇବ, ଯିଏକି ଆଘାତ କାରଣରୁ ବାଦ ପଡିଛନ୍ତି । ଏହି ସମୟରେ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ସର ପଟେଲ ନିଜର ଦୁଇ ପ୍ରମୁଖ ବାମହାତୀ ସ୍ପିନର ବିନା ଟେଷ୍ଟ ସିରିଜକୁ ଓହ୍ଲାଇବ । ଶୁବମାନ ଗିଲ ମଧ୍ୟ ଆହତ ହୋଇଛନ୍ତି । ଏବଂ ସେ ମଧ୍ୟ ଦଳର ଅଂଶ ନୁହନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ ବିରାଟ କୋହଲି କହିଛନ୍ତି ଯେ ଦକ୍ଷିଣଆଫ୍ରିକା ହେଉଛି ଶେଷ ସ୍ଥାନ ଯେଉଁଠି କେବେ ଆମେ ଜିତିନାହୁଁ । କିନ୍ତୁ ବିରାଟଙ୍କ ଭରଷା ରହିଛି ଯେ ତାଙ୍କ ଦଳ ଏହି ଗସ୍ତରେ ନିଶ୍ଚୟ କିଛି ବିଶେଷ କରିବ ଏବଂ ସିରିଜ ଜିତିପାରିବ ।

ଅଭିଜ୍ଞତା, ବିଶ୍ୱାସ, ଓ ଆତ୍ମବିଶ୍ୱାସ ଦୃଷ୍ଟିକୋଣରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ତେଣୁ ଏଥର ଆମେ ନିଶ୍ଚୟ ଭଲ କରିପାରିବୁ ଓ ଚାହୁଁଥିବା ଜିତ୍‌ ହାସଲ କରିବାକୁ ଚେଷ୍ଟା କରିବୁ । ଏମିତିକି କଠିନ ପରିସ୍ଥିତିର ମୁକାବିଲା କରି ସିରିଜ ମଧ୍ୟ ଜିତିବାର ଆଶା ରଖିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ।
ବିରାଟ କହିଛନ୍ତି ଯେହେତୁ ଦକ୍ଷିଣ ଆଫ୍ରିକା ରେ ଆମେ କେବେ ଜିତିନାହୁଁ ତେଣୁ ଏହା ଏକ ମନବଳକୁ ବଢାଇବାର କଥା । ଏବଂ ଆମର ମାନସିକତା ସବୁବେଳେ ଏଭଳି ରହିଆସିଛି ଯେ ଆମେ ଯେଉଁଠାରେ ବି ଖେଳିବାକୁ ଯାଉ ସେଠାରେ ସିରିଜ ଜିତି ଫେରୁ ।

ଏପଟେ ସାଉଥ ଆଫ୍ରିକା ଯିବା ପୂର୍ବରୁ ବିରାଟ ସାମ୍ବାଦୀକ ସମ୍ମିଳନୀରେ କହିଛିନ୍ତି ଯେ ଏହି ଗସ୍ତରେ ରୋହିତଙ୍କ କମି ତାଙ୍କ ୁ ନିଶ୍ଚୟ ଅନୁଭବ ହେବ । ରୋହିତ ଜଣେ ଦକ୍ଷ ଅଧିନାୟକ ଓ ସାନଦାର ଖେଳାଳୀ ଅଟନ୍ତି । ଅନ୍ୟପଟେ ରାହୁଲ ଭାଇ ଯିଏ କି ଜଣେ ମହାନ ପରିଚାଳକ । ସେ ଓଡିଆଇ ଓ ଟି ଟେ୍ଵଣ୍ଟିରେ ମୋର ଶତ ପ୍ରତିଶତ ସମର୍ଥନ ପାଇବେ ।
ଭାରତ ଦୁଇଦୁଇଥର ସେହି ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ରଚିଥିବା ବେଳେ ଚଳିତ ବର୍ଷ ପ୍ରାରମ୍ଭରେ ବ୍ରିଟେନ ଗସ୍ତରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା । କିନ୍ତୁ କୋଭିଡ ୧୯ହେତୁ ଯାତ୍ରା ସ୍ଥଗିତ କରିବାକୁ ପଡିଥିଲା ।

ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ ଭାରତ ୨୦ଟି ଟେଷ୍ଟ ଖେଳିଛି । ସେଥିମଧ୍ୟରୁ ତିନିଟି ଜିତିବାରେ ସକ୍ଷମ ହୋଇଛି । ଏବଂ ୨୦୧୮ର ଶେଷ ଗସ୍ତରେ ଏକ କଡା ମୁକାବିଲାର ସମୁଖୀନ ହୋଇଥିଲେ ସୁଦ୍ଧା ହାରିଯାଇଥିଲେ ବ୍ଲୁବାହିନୀ । ଟେଷ୍ଟ କ୍ରିକେଟ ଇତିହାସରେ କେବଳ ୩ଟି ଦଳ ଇଂଲଣ୍ଡ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାକୁ ନିଜ ମାଟିରେ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.