Below header

ଭାରସାମ୍ୟ ହରାଇ ସିମେଣ୍ଟ ଖୁଣ୍ଟିରେ ପିଟିହେଲା ବାଇକ, ଘଟଣାସ୍ଥଳରେ ଦୁଇଭାଇ ମୃତ ଓ ଜଣେ ଗୁରୁତର

କୁଶଳଦା ଗ୍ରାମର ଦୁଇ ଭାଇ ଶରତ ସିଂ ଏବଂ ରାମଚନ୍ଦ୍ର ସିଂ ନିଜର ଜଣେ ସହଯୋଗୀଙ୍କ ସହିତ କୌଣସି କାମରେ ବାହାରକୁ ଯାଇଥିଲେ । କାମ ସାରି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ କୁଶଳଦା ଛକ ନିକଟରେ ଥିବା ସିମେଣ୍ଟ ଖୁଣ୍ଟିରେ ବାଡେଇ ହୋଇଥିଲା ବାଇକ୍ ।

ଉଦଳା(କେନ୍ୟୁଜ): ସଡକ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ଜଣେ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ଉଦଳା ଥାନା କୁଶଳଦା ଗ୍ରାମରେ । କୁଶଳଦା ଗ୍ରାମର ଦୁଇ ଭାଇ ଶରତ ସିଂ ଏବଂ ରାମଚନ୍ଦ୍ର ସିଂ ନିଜର ଜଣେ ସହଯୋଗୀଙ୍କ ସହିତ କୌଣସି କାମରେ ବାହାରକୁ ଯାଇଥିଲେ ।

କାମ ସାରି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ କୁଶଳଦା ଛକ ନିକଟରେ ଥିବା ସିମେଣ୍ଟ ଖୁଣ୍ଟିରେ ବାଡେଇ ହୋଇଥିଲା ବାଇକ୍ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ତିନି ଜଣ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୁଂଟା ଡାକ୍ତରଖାନାରେ ଭର୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ଦୁଇ ଭାଇ ଶରତ ସିଂ ଏବଂ ରାମଚନ୍ଦ୍ର ସିଂଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଯୁବକ କୁଶଳଦା ଗ୍ରାମର ଗଗନ ମାରାଣ୍ଡିଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଖବର ପାଇ ଖୁଂଟା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.