Below header

ଶ୍ରୀଲଙ୍କାରେ ଏବେ ଚିକେନ କିଲୋ ୧୩୦୦ ଟଙ୍କା, ଦିନକୁ ଦଶ ଘଣ୍ଟା ବିଜୁଳି କାଟ

ଶ୍ରୀଲଙ୍କାରେ ଏବେ ଚିକେନ କିଲୋ ୧୩୦୦ ଟଙ୍କା । ସେହିପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ର ଦାମ ମଧ୍ୟ ଆକାଶ ଛୁଆଁ । ଦେଶରେ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ଶ୍ରୀଲଙ୍କାରେ ଏଭଳି ସ୍ଥିତି ଉପୁଜିଛି ।

ଏପଟେ ପାକିସ୍ତାନ ଆଉ ସେପଟେ ଶ୍ରୀଲଙ୍କା ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ । ଶ୍ରୀଲଙ୍କାରେ ଏବେ ଚିକେନ କିଲୋ ୧୩୦୦ ଟଙ୍କା । ସେହିପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ର ଦାମ ମଧ୍ୟ ଆକାଶ ଛୁଆଁ । ଦେଶରେ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ଶ୍ରୀଲଙ୍କାରେ ଏଭଳି ସ୍ଥିତି ଉପୁଜିଛି । ଯାହାକୁ ଭରଣା କରିବା ସମ୍ଭବ ହେଉନି । ଏହି ଆର୍ଥିକ ସଙ୍କଟ ପାଇଁ ଦେଶକୁ ଦେବାଳିଆ ଘୋଷିତ କରାଯାଇ ସାରିଛି । ଦେଶର ଗୋଟିଏ ଭାଗ ଲୋକ ଦୈନିକ ଅଧା ପେଟରେ ଶୋଉଛନ୍ତି । ଚୀନର କରଜ ତଳେ ପୂରାପୂରି ବୁଡି ଯାଇଛି ଶ୍ରୀଲଙ୍କା ।

ଦେଶରେ ଦଶ ଦଶ ଘଣ୍ଟା ବିଜୁଳି କାଟ କରାଯାଉଛି । ଯାହାର ପ୍ରଭାବ କେବଳ ସାଧାରଣ ଲୋକ ନୁହେଁ ପ୍ରତ୍ୟେକ ବ୍ୟବସାୟ ଉପରେ ମଧ୍ୟ ପଡୁଛି । ବିଶେଷ ଭାବରେ ଛୋଟ ବ୍ୟବସାୟୀ ଅଧିକ ହଇରାଣ ହେଉଛନ୍ତି । ଏପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)ର ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାର ଅନେକ ଲୋକ ଓଳିଏ ଖାଦ୍ୟ ପାଇଁ ଭୀଷଣ ସଂଘର୍ଷ କରୁଛନ୍ତି । ୨୦୨୨ ଡିସେମ୍ବରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ୩୩ ପ୍ରତିଶତ ପରିବାର ଖାଦ୍ୟ ସୁରକ୍ଷା ଭିତରେ ଯାଉ ନାହାନ୍ତି । ୬୮ ଭାଗ ପରିବାର ନିଜ ଖାଦ୍ୟରେ କାଟ କରି ଚଳୁଛନ୍ତି । ଏଭଳି ଭୟଙ୍କର ସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.