Below header

ଭୁବନେଶ୍ବର: ପର ପୁରୁଷ ସହ ସମ୍ପର୍କ ରଖି ନିର୍ଯାତନା ଦେଉଛି ନିଜ ମା’, ଅଭିଯୋଗ କରି ଥାନାରେ ଏତଲା ଦେଲେ ଦୁଇ ସନ୍ତାନ

ଭୁବନେଶ୍ବର (କେନ୍ୟୁଜ୍):  ମା ବିରୋଧରେ ପୁଅଝିଅଙ୍କ ସାଂଘାତିକ ଅଭିଯୋଗ। ବାପା ଜେଲରେ ଥିବା ବେଳେ ମା’ଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଦୁଇ ସନ୍ତାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ କରିଛନ୍ତି, ମା’ ପରପୁରୁଷଙ୍କୁ ଘରକୁ ଡାକି ମଦ୍ୟପାନ କରିବା ସହ ଅନୈତିକ ସଂପର୍କ ରଖିଛନ୍ତି। ଏହାକୁ ବିରୋଧ କରିବାରୁ ପୁଅ ଓ ଝିଅକୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଦୁଇ ସନ୍ତାନ ମା ବିରୋଧରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

୮ବର୍ଷ ତଳେ ସେମାନଙ୍କ ବାପା ମନୋଜ ପଟ୍ଟନାୟକ ଚିଟ୍‌ଫଣ୍ଡ ମାମଲାରେ ଜେଲରେ ଅଛନ୍ତି। ଏହା ପରେ ପ୍ରମୋଦିନୀ ପଟ୍ଟନାୟକ ଘରକୁ ପୁରୁଷ ବନ୍ଧୁଙ୍କୁ ଡାକି ମଦ୍ୟପାନ ସହ ଅନୈତିକ ସଂପର୍କ ଥିଲେ। ସେପଟେ ପ୍ରମୋଦିନୀ ଏହାକୁ ଖଣ୍ଡନ କରିଛନ୍ତି। ପିଲାଙ୍କୁ ଆକଟ କରିବାକୁ ସେ ମାଡ଼ ମାରିଥିବା ସ୍ୱୀକାର କରିଛନ୍ତି। ତାଙ୍କ ସ୍ୱାମୀଙ୍କ ପରିଚିତ ସ୍ମୃତି ରଞ୍ଜନ ମହାନ୍ତି ପିଲାଙ୍କୁ ତାଙ୍କ ବିରୋଧରେ ଉସୁକାଉଥିବା କହିଛନ୍ତି। ତାଙ୍କ ଝିଅ ସହ ସ୍ମୃତିରଞ୍ଜନଙ୍କ ସଂପର୍କକୁ ସେ ବିରୋଧ କରିଥିଲେ। ପରେ ସ୍ମୃତି ବିିରୋଧରେ ଥାନାରେ ଅଭିଯୋଗ କରିବାରୁ ଦଫାରଫା କରିବାକୁ ସେ ଏଭଳି ଷଡ଼ଯନ୍ତ୍ର କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.