ଅମାନିଆଙ୍କୁ ସାବାଡ୍‌ କରିବାକୁ ବାହାରିଲା କୁକୁର, ବାଇକରେ ବସି ପିନ୍ଧିଲା ହେଲମେଟ୍‌

ଭୁବନେଶ୍ୱର (କେନ୍ୟୁଜ) : ଦୁର୍ଘଟଣାରୁ ରକ୍ଷା କରିଥାଏ ହେଲମେଟ। କିନ୍ତୁ ଏ ଅବୁଝା ଲୋକଙ୍କୁ କିଏ ବା ବୁଝାଇବ ଯେ ହେଲମେଟ ହିଁ ହେଉଛି ଏକମାତ୍ର ଉପାୟ, ଯାହା ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିପାରିବ। ଲୋକଙ୍କୁ ଅନେକ ସଚେତନ କରାଯାଉଥିଲେ ମଧ୍ୟ ନିୟମ ଉଲଙ୍ଘନ କରିବାରେ ବ୍ୟସ୍ତ। ଯେତେ ମାଗଣାରେ ହେଲମେଟ୍‌ ମିଳୁ କିମ୍ବା ସଚେତନ କରାଯାଉ ତଥାପି ସୁଧୁରିବାକୁ ଯେମିତି ନାରାଜ୍‌ ଲୋକେ।

କିନ୍ତୁ ଏବେ ଦେଖିବାକୁ ମିଳିଛି ଏକ ମଜାଦାର ଦୃଶ୍ୟ। ଲୋକଙ୍କୁ ସଚେତନ କରିବାର ଏକ ଅଭିନବ ଉପାୟ। ଏଠି କୁକୁର ପିନ୍ଧିଛି ହେଲମେଟ୍‌। ଅମାନିଆ ଆଉ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି କୁକୁର। ଗାଡିରେ ଗଲାବେଳେ କୁକୁର ପିନ୍ଧୁଛି ହେଲମେଟ।ଏମିତି ଏକ ସୁନ୍ଦର ଆଉ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଅଞ୍ଚଳରେ। ଆଉ ଏ ଦୃଶ୍ୟ ଦେଖି ସେଠାରେ ରୁଣ୍ଡ ହୋଇଯାଇଥିଲେ ଲୋକେ। ଆଉ ଏକଦମ୍‌ ଛୋଟ ପିଲାଙ୍କ ଭଳି ଗାଡି ଆଗରେ ଖୁବ୍‌ ସୁନ୍ଦର ଭାବେ ହେଲମେଟ୍‌ ପିନ୍ଧି ବସିଛି କୁକୁର।

ଭୁବନେଶ୍ୱର ବାସିନ୍ଦା ପ୍ରକାଶ ମହାରଣା ନାମକ ଜଣେ ବ୍ୟକ୍ତି ନିଜର କୁକୁର ମାନଙ୍କୁ ମାସ୍କ ପିନ୍ଧାଉଛନ୍ତି। ହେଲେମେଟ ପିନ୍ଧିବା ସହ କରୋନା ସଚେତନତା କରାଉଛି କୁକୁର। କରୋନା ସମୟରେ ମାସ୍କ ପିନ୍ଧିବା ନେଇ ବାର୍ତ୍ତା ମଧ୍ୟ ଦେଉଛି କୁକୁର। ତେବେ ଏହି ସଚେତନତାରେ ସମର୍ଥନ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସମସ୍ତଙ୍କର ଅତି ପରିଚିତ ସୁର ରାଉତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.