Below header

ଖଲ୍ଲିକୋଟ ନାଇକାଣୀପଲ୍ଲୀ ଗାଁରେ ଅଘଟଣ, ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ

ବ୍ରହ୍ମପୁର(କେନ୍ୟୁଜ୍): ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ। ବ୍ରହ୍ମପୁର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ଆହତ ନାବାଳକ ହେଲେ ନାଇକାଣୀପଲ୍ଲୀ ଗାଁର ବସନ୍ତ ସ୍ୱାଇଁଙ୍କ ବଡ଼ ପୁଅ ରାଜେଶ ସ୍ୱାଇଁ ଓ ସାନ ପୁଅ ଆକାଶ ସ୍ୱାଇଁ। ଦୁଇ ଭାଇ ମୋବାଇଲ୍‌ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ, ଅସାବଧନତା ଯୋଗୁ ବ୍ୟାଟେରୀଟି ଫାଟି ଯାଇଥିଲା। ଦୁଇ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.