Below header

କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋକୁ ୧୦ ଚକିଆ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ

କରଞ୍ଜିଆ(କେନ୍ୟୁଜ୍):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୪୯ ନଂ ଜାତୀୟ ରାଜପଥ ବଡ ବେଗୁନିଆ ଛକ ନିକଟରେ ଅଟୋକୁ ୧୦ ଚକିଆ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଯଶୀପୁର ଓ ପରେ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମୃତକ ହେଲେ ବେଗୁନିଆ ଗାଁର ଲବ ସିଂ ଓ ଗୌର ମୋହନ ହୋ । ସେମାନେ ଯଶୀପୁରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗୁରୁତର ମାନେ ବି ବେଗୁନିଆ ଗାଁର । ସମସ୍ତେ ଗୋଟେ ଅଟୋରେ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଯଶୀପୁର ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.