ଲକ୍ଷ୍ମୀମୂର୍ତ୍ତି ପାଦତଳେ ବସି ରହିଛି ଜୀବନ୍ତ ପେଚା, ଗ୍ରାମବାସୀଙ୍କ ମନରେ ବଢିଲା ଭକ୍ତିଭାବ

ଆନନ୍ଦପୁର(କେନ୍ୟୁଜ୍):କଥାରେ ଅଛି ବିଶ୍ୱାସେ ହରି ତର୍କେ ବହୁ ଦୂରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଅତାସାହି ଗାଁରେ। ଗାଁର ମଝି ସାହିରେ ଦୀର୍ଘ ୩୦ ବର୍ଷ ଧରି ମା ଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି।  ତେବେ ଚଳିତ ଥର ଆଶ୍ଚର୍ଯ୍ୟ କଲା ଭଳି ମାଙ୍କ ବାହନ ଏକ ଜୀବିତ ପେଚା ମୂର୍ତ୍ତି ନିକଟରେ ବସି ରହିଛି।

ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳ ପ୍ରହରୁ ପେଚାଟି ମା’ଙ୍କ ଗୋଡ ନିକଟରେ ବସି ରହିଛି। ଯାହାକୁ ନେଇ ଗ୍ରାମବାସୀ ମାନଙ୍କର ମା’ଙ୍କ ପ୍ରତି ଭକ୍ତି ବଢ଼ି ଯାଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ନିକଟରେ ଥିବା ଅନେକ ଗାଁ ଲୋକଙ୍କ ସୁଅ ଛୁଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.