ହତ୍ୟା ଘଟଣାରେ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ ନୂଆପଡ଼ା ଦୌରାଜଜ୍

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଦୌରାଜଜ୍ ଆଜି ଏକ ହତ୍ୟା ମାମଲାର ଶୁଣାଣୀ କରି ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୧୬.୦୧.୨୧ରେ ସିନାପାଲି ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ଗାଁର ନନ୍ଦ ଖର୍ସେଲଙ୍କୁ ସେହିଗାଁର ବାପା ବୈଭସୁତ ଖର୍ସେଲ ଓ ପୁଅ ଅରକ୍ଷିତ ଖର୍ସେଲ ମିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଠଫାଳିଆ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ।

ଆଜି ଜିଲ୍ଲା ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ୨୦ଟି ଦସ୍ତାବିଜ ଏବଂ ୧୯ଜଣଙ୍କ ସାକ୍ଷୀ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତ ବାପ ଓ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.