ଛତିଆ-ଗୋବିନ୍ଦପୁର ଜାତୀୟ ରାଜପଥରେ ସଙ୍କୀର୍ତ୍ତନ ଯାତ୍ରୀଙ୍କ ଉପରେ ମାଡିଗଲା ଅଜଣା ଗାଡ଼ି, ୨ମୃତ

ଯାଜପୁର(କେନ୍ୟୁଜ୍) : ଅଭାବନୀୟ ଘଟଣା । ସଙ୍କୀର୍ତ୍ତନ ଯାତ୍ରୀଙ୍କ ଉପରେ ମାଡିଗଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ବର୍ଜୁ ସାମଲ ଓ ଚୈତନ୍ୟ ମଲ୍ଲିକ । ଯାଜପୁର ପାଣିକୋଇଲି ଅଞ୍ଚଳର ୨୦୦ ଅଧିକ ସଂକୀର୍ତ୍ତନ ପଦଯାତ୍ରୀ ପୁରୀ ଯାଉଥିବା ବେଳେ ଛତିଆ-ଗୋବିନ୍ଦପୁର ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଟକ ବଡ ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.