Below header

ଖୋର୍ଦ୍ଧା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା, ଦୁଇ ମୃତ ଓ ୯ ଆହତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା । ଦୁଇ ମୃତ, ୯ ଆହତ । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟାଙ୍ଗି ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍ଥଳରେ ତିନିଟି ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଟି ଗାଡିରେ ଥିବା ଯାତ୍ରୀମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ମେଡିକାଲକୁ ପଠାଇଛନ୍ତି । ସେପଟେ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.