ଚାଣକ୍ୟ ନୀତି : ମନୁଷ୍ୟର ପୁରା ଜୀବନ ବଦଳାଇ ଦେଇଥାଏ ଜୀବନରେ ଘଟିଥିବା ଏହି ଘଟଣା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ |

ଜୀବନରେ ସୁଃଖ ଦୁଃଖ ଆସିଥାଏ,ହେଲେ କିଛି କାର୍ଯ୍ୟ ଜୀବନର ପୁରା ଗତିପଥକୁ ବଦଳାଇ ଦେଇଥାଏ । କିଛି ଦୁଃଖ ଏପରି ହୋଇଥାଏ ଯାହା ସମୟ ବଦଳିବା ସହ କମିଯାଇଥାଏ ବା ପୁରା ଶେଷ ହୋଇଯାଇଥାଏ । ହେଲେ ଚାଣକ୍ୟ ଏପରି କିଛି ଘଟଣା ବିଷୟରେ ଧାରଣା ଦେଇଛନ୍ତି ଯାହା ମନୁଷ୍ୟର ପୁରା ଜୀବନ ବଦଳାଇ ଦେଇଥାଏ । ଆସନ୍ତୁ ଜାଣିବା କ’ଣ ସେହି କଥା ।

ଜୀବନସାଥୀ ଛାଡ଼ି ଚାଲିଯିବା

ଚାଣକ୍ୟ ନୀତି ଅନୁସାରେ ପତି-ପତ୍ନୀଙ୍କ ସଙ୍ଗ ସାରା ଜୀବନ ପାଇଁ ହୋଇଥାଏ । କୌଣସି ବି ଅବସ୍ଥାରେ ଜୀବନସାଥୀର ସଂଗ ନହେବା ଦୁର୍ଭାଗ୍ୟ ଅଟେ । ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ବି ଯଦି ଜୀବନସାଥୀ ଛାଡି ଚାଲିଯାଏ ତାହା ମଧ୍ୟ ଜୀବନରେ କଠିନ ଭରି ଦେଇଥାଏ । ବାକି ଜୀବନ କାଟିବା ବହୁତ କଷ୍ଟ ହୋଇ ପଡିଥାଏ ।

ଜମା ପୁଞ୍ଜି ନଷ୍ଟ ହୋଇଯିବା

ଜୀବନ ଜିଇଁବା ପାଇଁ ଟଙ୍କା ରହିବା ବହୁତ ଜରୁରୀ ହୋଇଥାଏ । ଅଧିକାଂଶ ଲୋକେ ଏହାକୁ ପାଇବା ପାଇଁ ସାରା ଜୀବନ କାଟି ଦେଇଥାନ୍ତି । ଯଦି ଏହି ଜୀବନ ଦେଇ ଆୟ କରିଥିବା ପୁଞ୍ଜିକୁ କେହି ଲୁଟି ନିଏ, ତେବେ ଏହାଠାରୁ ଦୁର୍ଭାଗ୍ୟ ଆଉ କିଛି ହୋଇ ନଥାଏ । ଫଳରେ ଆପଣଙ୍କ ସୌଭାଗ୍ୟ କ୍ଷଣ ଦୁର୍ଭାଗ୍ୟରେ ବଦଳି ଯାଇଥାଏ ।

ଅନ୍ୟ କାହାର ଘରେ ରହିବା

ଚାଣକ୍ୟ ନୀତି ଅନୁସାରେ, ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳିବାର ସ୍ଥିତି ସେବେ ଆସିଥାଏ,ଯେବେ ଆପଣଙ୍କୁ କାହା ଘରେ ରହିବାକୁ ପଡ଼ିଥାଏ । କାରଣ କାହା ଘରେ ରହିବା ଦ୍ୱାରା ବ୍ୟକ୍ତିକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ଘରର ମାଲିକଙ୍କ ମର୍ଜି ଅନୁଯାୟୀ ଜିଇଁବାକୁ ପଡିଥାଏ । ଜୀବନରେ ଆସୁଥିବା ପରିସ୍ଥିତି ବ୍ୟକ୍ତିର ଆତ୍ମ ସମ୍ମାନ ନଷ୍ଟ କରିବାରେ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.