Below header

ରାଜ୍ୟରେ ଏକ ନମ୍ବର ହେବାକୁ ଅଧିକ ପରିଶ୍ରମ ଦରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ବିଜେପି ଏକ ନମ୍ବର ଦଳ ହେବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଦିନେ ଦଳ ତିନି ନମ୍ବରରେ ଥିଲା ଏବେ ଦୁଇ ନମ୍ବରରେ ରହିଛି । ଏକ ନମ୍ବର ହେବା ପାଇଁ ଦଳକୁ ଆହୁରି ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ଅପେକ୍ଷା କରିବାକୁ ପଡିବ । ଆଜି ଆୟୋଜିତ ହୋଇଥିବା ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟବାସୀଙ୍କ ସେବା କରିବା ପାଇଁ ବିଜେପିକୁ ଦିନେ ନା ଦିନେ ସୁଯୋଗ ମିଳିବ । ଦିନ ଥିଲା ବିଜେପିର ଭୋଟ ହାର ଥିଲା ୧୨ରୁ ୧୪ ପ୍ରତିଶତ । ଏବେ ୩୦ରୁ ୩୮ ପ୍ରତିଶତ ଭୋଟ ପାଉଛି ବିଜେପି ।

ଅନ୍ୟପଟେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି କି ତିନି କିମ୍ବା ୪ ନମ୍ବରରେ ରହିବାକୁ କୌଣସି ଦଳ କେବେ ଚାହେଁ ନାହିଁ । ଯିଏ ଆଜି ରହିଛି ୨ ନମ୍ବରରେ ସେ କାଲି ଏକ ନମ୍ବର ହୋଇ ପାରିବ । ଯିଏ ଏକ ନମ୍ବରରେ ଅଛି ସେ ସେହି ସ୍ଥାନରେ ରହିବାକୁ ଚେଷ୍ଟା କରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.