ମନ ମୁତାବକ ଚାକିରି ପାଇବା ପାଇଁ, କରନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ଏହି ଉପାୟ

ଯଦି ଆପଣ ଦୀର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି ଆଉ ମନ ମୁତାବକ ଚାକିରି ପାଉ ନାହାଁନ୍ତି । ବାରମ୍ବାର ଚାକିରିରେ ବିଭିନ୍ନ ବାଧା ସୃଷ୍ଟି ହେଉଛି,ତେବେ ଏହା ପଛରେ ମଧ୍ୟ କିଛି କାରଣ ଥାଇପାରେ । ସେଥିପାଇଁ ଜୀବନରେ ନକରାତ୍ମକ ଶକ୍ତି ବା ଗ୍ରହର ପ୍ରଭାବକୁ ଦାୟୀ କରାଯାଇପାରେ । ଜ୍ୟୋତିଷ ଶାସ୍ତ୍ରରେ ଏଥିପାଇଁ କିଛି ଉପାୟ ଦିଆଯାଇଛି ଯାହାକୁ ପାଳନ କଲେ ଆପଣଙ୍କୁ ମନ ମୁତାବକ ଚାକିରି ମିଳିପାରିବ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

ମନମୁତାବକ ଚାକିରି ପାଇବାର ଉପାୟ :

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ମଙ୍ଗଳବାର ହନୁମାନଜୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଓ ଲାଲ ରଂଗର ମିଠାଇ ଭୋଗ କରନ୍ତୁ । ପ୍ରତିଦିନ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଚାକିରିରେ ଆସୁଥିବା ବାଧା ଦୂର ହୋଇଥାଏ ।

୨. ରୋଜଗାର କରି ପାରୁନଥିଲେ ଓ ଚାକିରି ପାଇଁ ଅସୁବିଧା ପାଉଥିଲେ ପ୍ରତିଦିନ ସକାଳେ ୭ ପ୍ରକାର ଶସ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

୩. ଚାକିରି ପାଇବାରେ ବାଧା ହେଉଥିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଲେମ୍ବୁ ଉପରେ ୪ ଟି ଲବଙ୍ଗ ଫୋଡି କରି ଓଁ ଶ୍ରୀ ହନୁମତେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଇଣ୍ଟରଭ୍ୟୁ ଦେବା ପାଇଁ ଗଲାବେଳେ ଏହି ଲେମ୍ବୁକୁ ସାଥିରେ ନେଇ କରି ଯାଆନ୍ତୁ ।

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ଶ୍ରୀକୃଷ୍ଣ ଙ୍କ ମୂଳ ମନ୍ତ୍ର‘କୃଂ କୃଷ୍ଣାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.