Below header

ମାଓବାଦୀ- ପୁଲିସ ଗୁଳି ବିନିମୟ, ଜଗୁଆର୍ ବାହିନୀର ଦୁଇ ଯବାନ ସହିଦ

ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏପରି ଅଘଟଣ ଘଟିଛି ଗତକାଲି ରାତିରେ ।

ରାଉରକେଲା : ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏପରି ଅଘଟଣ ଘଟିଛି ଗତକାଲି ରାତିରେ । ଓଡ଼ିଶା ସୀମାନ୍ତ ଠାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଟେଣ୍ଟୋ ଥାନା ଅନ୍ତର୍ଗତ ହମ୍ଭା ହୁକା ଓ ସର୍ଜନବରୁ ଗ୍ରାମ ଜଂଗଲୀ ରାସ୍ତାରେ ଗତକାଲି ରାତିରେ ଜଗୁଆର ବାହିନୀ ପକ୍ଷରୁ ଚାଲିଥିଲା ଅପରେସନ ।

ଏହି ଅପରେସନ ସମୟରେ ଲୁଚି ରହିଥିବା ମାଓବାଦୀମାନେ ଚଲେଇ ଥିଲେ ଗୁଳି । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଜଗୁଆର ବାହିନୀର ସବ୍ ଇନ୍ସପେକ୍ଟର ଅମିତ୍ କୁମାର ତିୱାରୀ ଏବଂ କନେଷ୍ଟବଳ ଗୌତମ କୁମାର ସହିଦ ହୋଇଛନ୍ତି।

ଏହି ଘଟଣା ପରେ ସେଠାକୁ ଅଧିକ ଯବାନଙ୍କୁ ଅପରେସନ ଲାଗି ଆଜି ସକାଳେ ପଠାଯାଇଛି। ସହିଦ ଅମିତ୍ କୁମାର ତିୱାରି ଦୁଇ ଦିନ ପୂର୍ବରୁ ଏକ ଶିଶୁ ପୁତ୍ରର ବାପା ହୋଇଥିଲେ ଏବଂ ଛୁଟିରେ ଯିବେ ବୋଲି ଫୋନ କରି ପତ୍ନୀଙ୍କୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.