ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ, ଗିରଫ ହେଲେ ଆଉ ୨ ସଦସ୍ୟ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ । ଗିରଫ ହେଲେ ଗ୍ୟାଙ୍ଗ୍‌ର ଆଉ ଦୁଇ ଜଣ ସଦସ୍ୟ । ଏମାନଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଭାଇରାଲ ଭିଡିଓ ଆଧାରରେ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ। ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍‌। ବିଭିନ୍ନ ଛକ ଓ ଏକାନ୍ତ ସ୍ଥାନରେ ଏମାନଙ୍କୁ ଧରିବା ପାଇଁ ଟିମ୍‌ ଡେରା ପକାଇଥିଲେ।

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ରାତି ହେଲେ ଉତ୍ପାତ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ। ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଦାମୀ ଗାଡ଼ିରେ ବୁଲୁଛନ୍ତି । ନିଶାରେ ଚୁର ହୋଇ ବିଚ୍‌ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଭିଡିିଓ ସୁଟ୍‌ କରିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.