Below header

ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ଅର୍ଦ୍ଧ ଶତକ ଛୁଇଁଲା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ): ପୁଣି ଓଡ଼ିଶାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ। ୱେବସାଇଟରେ ସ୍ୱାସ୍ଥ୍ୟ ବିଭାଗ ଦେଲା ସୂଚନା । ଆଜି ସମ୍ପୂର୍ଣ୍ଣ ୨୯୮ଟି ସାମ୍ପୁଲ ଟେଷ୍ଟ ହୋଇଥିଲା ସେଥିରୁ ୨୯୬ଟି ନେଗେଟିଭ ଆସିଥିବା ବେଳ ୨ଟି ପଜେଟିଭ ଆସିଛି। ତେବେ ପଜେଟିଭ ଦୁଇ ଜଣ କେଉଁ ଅଞ୍ଚଳର ତାହା ସ୍ପଷ୍ଟ କରିନାହିଁ ସ୍ୱାସ୍ଥ୍ୟ ବିଭାଗ। କିଛି ସମୟ ପୂର୍ବରୁ ଓଡିଶାର ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ ଯୋଗେ ଖୁସିବ୍ୟକ୍ତ କରିଥିଲା ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ସେହି ଖୁସିକୁ ଟିକେ ପାଣିଚିଆ କରିଦେଲା ଆଉ ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ ମାମଲା । ଏହାକୁ ମିଶାଇ ବର୍ତ୍ତମାନ ଓଡ଼ିଶାରେ ୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.