Below header

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଅଘଟଣ, ବଡ଼ଚଣାରେ ଅଜଣା ଗାଡି ଧକ୍କାରେ ଗଲା ୨ଜଣଙ୍କ ଜୀବନ

ଯାଜପୁର(କେନ୍ୟୁଜ୍):  ନବ ବର୍ଷର ଅବ୍ୟବହିତ ପୂର୍ବରୁ ଅଘଟଣ।  ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଛକରେ ଦୁର୍ଘଟଣା।  ଅଜଣା ଗାଡି ଧକାରେ ୨ଜଣଙ୍କର ମୃତ୍ୟୁ, ମୃତକ ହେଲେ ଟାଙ୍ଗୀ ଥାନା ତୁଳସୀପୁର ଅଂଚଳର ଭବାନୀ ଶଙ୍କର ଦେଉରୀ ଏବଂ ପିତାମ୍ବର ଜଟ। ଦୁହେଁ ସ୍କୁଟି ଯୋଗେ ଚଣ୍ଡିଖୋଲରୁ ଟାଙ୍ଗୀ ଅଭିମୁଖେ ଫେରୁଥିବା ବେଳେ ବଡ଼ଚଣା ଛକ ନିକଟରେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଦୁହେଁ ଆଜି ଅପରାହ୍ନରେ ଧର୍ମଶାଳା ମହୋତ୍ସବ ବୁଲିବାକୁ ଆସିଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.