Below header

ବିଶ୍ୱର କିଛି ସ୍ଥାନରେ ପ୍ରବେଶ କରି ସାରିଛି ନୂଆ ବର୍ଷ, କିନ୍ତୁ ଭାରତରୁ କିଛି ସମୟ ପରେ ବିଦାୟ ନେବ ୨୦୧୯

କେନ୍ୟୁଜ୍(ବ୍ୟୁରୋ): ଅସ୍ତମିତ ହୋଇଛି ୨୦୧୯ର ସୂର୍ଯ୍ୟ । ଆଉ କିଛି ସମୟ ପରେ ପଦାର୍ପଣ କରିବ ଇଂରାଜୀ ନୂଆ ବର୍ଷ । ବିଶ୍ୱର କିଛି ସ୍ଥାନରେ ୨୦୨୦ ପ୍ରବେଶ କରି ସାରିଛି । ନୂଆବର୍ଷରେ ପ୍ରବେଶ କରି ସାରିଛି ଅଷ୍ଟ୍ରେଲିଆ ମହାଦେଶ । ବେଶ ଧୁମଧାମରେ ପ୍ରଥମେ ବର୍ଷ ୨୦୨୦କୁ ସ୍ୱାଗତ କରିଛି ନ୍ୟୁଜିଲାଣ୍ଡ । ରଙ୍ଗାରଙ୍ଗ ଆତସବାଜିରେ ଝଲସି ଉଠିଥିଲା ଅକଲ୍ୟାଣ୍ଡ ଆକାଶ । ଭାରତୀୟ ସମୟ ସାଢ଼େ ୪ଟା ବେଳେ ନୂଆବର୍ଷକୁ ସ୍ୱାଗତ କରାଯାଇଥିଲା । ଏହାପରେ ଅଷ୍ଟ୍ରେଲିଆର ସିଡନୀରେ ପାଦ ଥାପିଥିଲା ନୂଆବର୍ଷ । ଭାରତୀୟ ସମୟ ସାଢ଼େ ୬ଟା ବେଳେ ୨୦୨୦ର ପ୍ରବେଶ ସହ ଝଲସି ଉଠିଥିଲା ଅଷ୍ଟ୍ରେଲିଆ ଆକାଶ । ନୂଆବର୍ଷରୁ ସ୍ୱାଗତ କରିବା ପାଇଁ ସମସ୍ତଙ୍କ ଭିତରେ ଭରି ରହିଥିଲା ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ । ସେହିପରି ବିଶ୍ୱର ବିଭିନ୍ନ ଦେଶରେ ଜୋରଦାର ହୋଇଛି ନିଉ ଇୟର ସେଲିବ୍ରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.