Below header

କେରଳ ବିଧାନସଭାରେ ସିଏଏ ଉଚ୍ଛେଦ ପାଇଁ ପ୍ରସ୍ତାବ ପାରିତ, ଆଇନ ଉଚ୍ଛେଦ ପାଇଁ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ

କେନ୍ୟୁଜ୍(ବ୍ୟୁରୋ):  ସଂଶୋଧିତ ନାଗରିକ ଆଇନ ଉଚ୍ଛେଦ ପାଇଁ ସଂକଳ୍ପ ପାରିତ । CAA ଉଚ୍ଛେଦ ପାଇଁ କେରଳ ବିଧାନସଭାରେ ପାରିତ ହୋଇଛି ଏହି ସଂକଳ୍ପ। ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଏହାକୁ ଉଚ୍ଛେଦ ପାଇଁ ପ୍ରସ୍ତାବ ଆଗତ କରିଥିଲେ । CAA ବିରୋଧରେ କେରଳ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । CAA ଧର୍ମନିରପେକ୍ଷତା ବିରୋଧୀ ଓ ନାଗରିକତା ପ୍ରଦାନରେ ଧାର୍ମିକ ବିଭେଦ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଥିଲେ। ଏହାସହ ଏହି ଆଇନ ସମ୍ବିଧାନର ମୌଳିକ ମୂଲ୍ୟବୋଧ ଓ ଆଦର୍ଶର ବିରୁଦ୍ଧାଚରଣ କରୁଥିବା ସେ କହିଥିଲେ। CAAକୁ ନେଇ ଦେଶରେ ଉପୁଜୁଥିବା ହିଂସା ପରିପ୍ରେକ୍ଷୀରେ କେନ୍ଦ୍ର ଏହି ଆଇନକୁ ଉଚ୍ଛେଦ କରିବା ସହ ସମ୍ବିଧାନର ଧର୍ମନିରପେକ୍ଷତା ପ୍ରତି ଦୃଷ୍ଟି ଦେବାକୁ ବିଜୟନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.