Below header

ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା ଓ ଭୁଜାଲି, ଦୁଇ ଗୁରୁତର ଆହତ

କେନ୍ୟୁଜ : ଅସାନ୍ତ ବୁର୍ଲା ସହର। ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା ଓ ଭୁଜାଲି। ବୁର୍ଲା ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ। ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚଡଊ ଅ଼ଞ୍ଚଳର ଦୁଇ ଜଣ ଯୁବକ ନେତାଜୀ ଛକରେ ଛିଡା ହୋଇଥିବାବେଳେ ସ୍ଥାନୀୟ ବିଷ୍ଣୁମନ୍ଦିର ପଡାର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା।

ଏହାପରେ ଉଗ୍ର ରୂପ ନେଇଥିଲା ବଚସା। ବିଷ୍ଷୁମନ୍ଦିର ପଡାର ଏକାଧିକ ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ୨ ଯୁବକଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛି। ବୁର୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.