ନୂଆ ମ୍ଯୁଜିକ ଭିଡିଓରେ ପାରସଙ୍କ ସହିତ ରୋମାନ୍ସ କରିବେ ମାହିରା, ସାମ୍ନାକୁ ଆସିଲା ରିଲିଜ ଡେଟ୍

ବିଗ୍ ବସ୍ ୧୩ର ପ୍ରତିଯୋଗୀ ପାରସ ଛାବରା ଏବେ ଚର୍ଚ୍ଚାରେ। ବିଗବସ୍ ସିଜିନରେ ପାରସ ଛାବରା ଏବଂ ମାହିରା ଶର୍ମାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଦୁହିଁଙ୍କ ବନ୍ଧୁତାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଶୋ ସରିବା ପରେ ପାରସ ଏବଂ ମାହିରାଙ୍କ ଅନେକ ମ୍ଯୁଜିକ ଭିଡିଓ ଆସିଥିଲା, ଯେଉଁଥିରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା। ଏବେ ପୁଣି ଥରେ ଦୁହିଁଙ୍କର ଏକ ନୂଆ ମ୍ଯୁଜିକ ଭିଡିଓ ‘ରଙ୍ଗ ଲଗେୟା’ ୧୭ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି। ଯାହାର ପୋଷ୍ଟର ସାମ୍ନାକୁ ଆସିଛି। ପୋଷ୍ଟରରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି।

ପାରସ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଯେଉଁଥିରେ ଦୁହିଁଙ୍କ ଲୁକ୍ ଫ୍ଯାନଙ୍କୁ ବେଶ ପସନ୍ଦ ଆସିଛି। ଏହି ପୋଷ୍ଟରେ ଫ୍ଯାନ ଲାଇକ୍ସ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।

 

View this post on Instagram

 

A post shared by Paras Chhabra™ (@parasvchhabrra)


ପାରସ ଏବଂ ମାହିରାଙ୍କ ରୋମାଣ୍ଟିକ ଭିଡିଓରେ ମୋହିତ ଚୌହ୍ବାନ ଗୀତ ଗାଇଛନ୍ତି। ସାରେଗାମା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛି। ସୂଚନାଯୋଗ୍ଯ, ଖବୁଶୀଘ୍ର ପାରସ ରୁବିନାଙ୍କ ସହିତ ଆଉ ଏକ ମ୍ଯୁଜିକ ଭିଡିଓରେ ନଜର ଆସିବେ। ଯାହାର ଗୀତ ପଞ୍ଜାବର ମୋହାଲିରେ ସୁଟିଂ ହୋଇଛି। ଏହି ଗୀତକୁ ଅସୀସ କୌର ଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.