ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର

ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ସମ୍ବଲପୁର ଜିଲ୍ଲା ଜମନକିରା ରେଞ୍ଜ ଟିକିଲିପଡା ପଂଚାୟତ ବରାମୁଣ୍ଡି ଗାଁର ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା ।

କୁଚିଣ୍ଡା(କେନ୍ୟୁଜ): ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ସମ୍ବଲପୁର ଜିଲ୍ଲା ଜମନକିରା ରେଞ୍ଜ ଟିକିଲିପଡା ପଂଚାୟତ ବରାମୁଣ୍ଡି ଗାଁର ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ଗୁରୁତର ଉଭୟଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜମନକିରା ଫରେଷ୍ଟର ସୁନିତା ନାୟକ ଖବର ପାଇ ଉପଖଣ୍ଡ ଡ଼ାକ୍ତରଖାନାକୁ ପହଞ୍ଚି ଗୁରୁତରଙ୍କୁ ଭେଟିଥିଲେ।ସରକାରଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.