Below header

ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ନଈରେ ବୁଡ଼ି ଗଲେ ୨ ନାବାଳକ

କୋରାପୁଟ(କେନ୍ୟୁଜ୍‌): କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । କୋଲାବ ଜଳଭଣ୍ଡାରକୁ ସଂଯୋଗ କରୁଥିବା ହଂଜାରିଗୁଡ଼ା ନଈରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଉକ୍ତ ଯୁବକ ଦ୍ୱୟ ସେଲଫି ନେଉଥିବା ବେଳେ ନଦୀକୁ ଖସି ପଡିଥିବା ସନ୍ଦେହ କରାଯାଉଛି।

ଉକ୍ତ ଯୁବକ ଦୁଇ ଜଣ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ନଈ କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ନଦୀ ପାଖରେ ସେଲଫି ନେବା ବେଳେ ଅସାବଧାନତା କାରଣରୁ ପାଣିକୁ ପଡି ଯାଇଥିଲେ। ନାବାଳକ ୨ଜଣ ପହଁରା ଜାଣିନଥିବାରୁ ପାଣିରେ ବୁଡି ଯାଇଥିବା ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ୨ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଉରକେଲା ସେକ୍ଟର-ବି’ ର ରଂଜନ କୁମାର ବେହେରା (୧୩) । ଆଉ ଜଣେ ନୟାଗଡ଼ ଜିଲ୍ଲା କୁମୁନ୍ଦ ଗ୍ରାମର ପ୍ରଭାତ କୁନାର ଦଳେଇ(୧୬) ବୋଲି ଜଣାପଡିଛନ୍ତି । ଦୁର୍ଘଟଣାସ୍ଥଳରେ ସେମିଳିଗୁଡା ଦମକଳ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.