ଶ୍ରୀକ୍ଷେତ୍ରରୁ ଉଦ୍ଧାର ହେଲା ଗରୁଡ଼ ପକ୍ଷୀ, ଭଲରେ ଦେଖିନିଅନ୍ତୁ କାରଣ ଏହି ପକ୍ଷୀଟି ଏବେ ବିଲୁପ୍ତ ପ୍ରାୟ

ପୁରୀ(କେନ୍ୟୁଜ୍):  ପୁରୀରୁ ଉଦ୍ଧାର ହେଲା  ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ପକ୍ଷୀ । ଶ୍ରୀକ୍ଷେତ୍ର ପୁରୀରୁ ପ୍ରଥମଥର ପାଇଁ ଏହି ପକ୍ଷୀଟି ଉଦ୍ଧାର କରାଯାଇଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁରୁ ଏହି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି। ଏହି ପ୍ରଜାତିର ପକ୍ଷୀ ଧିରେ ଧିରେ ବିଲୁପ୍ତ ପ୍ରାୟ ହୋଇଯାଉଛନ୍ତି।

ଗାଁର ଆଲୋକ ସ୍ୱାଇଁ ଏହି ପକ୍ଷୀକୁ ପାଇବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଗରୁଡଟିର ବୟସ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଲୋକ ସ୍ୱାଇଁ ନିଜ ସାଙ୍ଗଙ୍କ ସହ ନଦୀ ଆଡକୁ ବୁଲିବାକୁ ଯାଇଥିବାବେଳେ ବ୍ରିଜ୍ ନିକଟରେ  ଏହି ପକ୍ଷୀଟିର ଶବ୍ଦ ଶୁଣିବାକୁ ପାଇଥିଲେ। ପରେ  ବ୍ରିଜ ତଳୁ ଏହି ଗରୁଡ ପକ୍ଷୀକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.