Below header

ବଲାଙ୍ଗିର: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର ହେଲେ ୨୦ ଦାଦନ ଶ୍ରମିକ

ବଲାଙ୍ଗିର: ୨୦ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ସିନ୍ଧେକେଲା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ବଗବାହାଲ ଛକରୁ ପୋଲିସ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକଙ୍କ ମଧ୍ୟରେ ୬ ମହିଳା, ୯ ପୁରୁଷ ଓ ୫ ଶିଶୁ ଅଛନ୍ତି । ଉଦ୍ଧାର ଶ୍ରମିକ ନୂଆପଡା ଜିଲ୍ଲା ସିନାପାଲି ଖଣ୍ଡପଡା ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର ହୋଇଯାଇଛି । ଉଦ୍ଧାର ଶ୍ରମିକଙ୍କୁ ପୋଲିସ ନିଜ ନିଜ ଗାଁକୁ ପଠାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.