Below header

ଏକାସାଥିରେ ଇସ୍ତଫା ଦେଲେ ଗୋଟିଏ ବ୍ଲକର ୨୦ ଜଣ ସରପଞ୍ଚ

ଯେଉଁଠି ଜନପ୍ରତିନିଧିଙ୍କୁ ଏତେ ଅବହେଳା ସେଠି ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ଥରେ ଭାବନ୍ତୁ । ବ୍ଲକର ଅନେକ ସମସ୍ୟା ଲାଗି ରହୁଛି । ଯାହାକୁ ନେଇ ବାରମ୍ବାର ବିଡିଓଙ୍କ ପାଖରେ ଜଣାଇଥିଲେ ସରପଞ୍ଚମାନେ । କିନ୍ତୁ ସରପଞ୍ଚଙ୍କ ଗୁହାରୀକୁ ଆଦୌ ବି କର୍ଣ୍ଣପାତ କରିନଥିଲେ ବିଡିଓ । ଯାହାପରେ ଇସ୍ତଫା ପତ୍ର ଦେଇଛନ୍ତି ୨୦ ଜଣ ସରପଞ୍ଚ ।

କେନ୍ଦୁଝର (କେନ୍ୟୁଜ) : ସରପଞ୍ଚଙ୍କୁ ଅବହେଳା । ଶୁଣୁନାହାଁନ୍ତି ସରପଞ୍ଚଙ୍କ ଗୁହାରୀ । ଯେଉଁଠି ଜନପ୍ରତିନିଧିଙ୍କୁ ଏତେ ଅବହେଳା ସେଠି ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ଥରେ ଭାବନ୍ତୁ । ବ୍ଲକର ଅନେକ ସମସ୍ୟା ଲାଗି ରହୁଛି । ଯାହାକୁ ନେଇ ବାରମ୍ବାର ବିଡିଓଙ୍କ ପାଖରେ ଜଣାଇଥିଲେ ସରପଞ୍ଚମାନେ । କିନ୍ତୁ ସରପଞ୍ଚଙ୍କ ଗୁହାରୀକୁ ଆଦୌ ବି କର୍ଣ୍ଣପାତ କରିନଥିଲେ ବିଡିଓ । ଯାହାପରେ ଇସ୍ତଫା ପତ୍ର ଦେଇଛନ୍ତି ୨୦ ଜଣ ସରପଞ୍ଚ ।

ହଁ ଆଜ୍ଞା ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । କେନ୍ଦୁଝରର ଜିଲା ତେଲକୋଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ଏହାର ସମାଧାନ କରିବା ପରିବର୍ତ୍ତେ ବ୍ଲକ୍ ପ୍ରଶାସନ ସରପଞ୍ଚ ମାନଙ୍କୁ ବାରମ୍ବାର ଅଣଦେଖା କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ୨୦ ଜଣ ସରପଞ୍ଚ ବିଡ଼ିଓଙ୍କୁ ଇସ୍ତଫା ପତ୍ର ଦେବାପରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ସମୂହ ଇସ୍ତଫା ପତ୍ର ଦେବାକୁ ଆସିଥିବାବେଳେ ୬ ଘଣ୍ଟା ପରେ ବି ଆସିଲେନି ଉପଜିଲ୍ଲାପାଳ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୫୦୦ମିଟର ଦୂରରେ ଥିବା ସତ୍ତ୍ୱେ ବି ଖବର ପାଇ ମଧ୍ୟ ଆସିଲେ ନାହିଁ ଉପଜିଲ୍ଲାପାଳ । ଏଥିରୁ ସ୍ପଷ୍ଟ ଅନୁମେୟ କିପରି ଅଫିସର୍‌ ରାଜ ତଳେ ପଶି ହୋଇ ହୋଇ ରହିଛନ୍ତି ଜନପ୍ରତିନିଧି।
ବ୍ଲକରେ ବିଡ଼ିଓ ନଶୁଣିବାରୁ ଗୁହାରି କରିବାକୁ ଉପଜିଲ୍ଲାପାଳ ଙ୍କ ନିକଟକୁ ଆସିଥିଲେ ସରପଞ୍ଚ ସମୂହ। ଏଠିବି ସମାନ ଦଶା ଭୋଗିବାକୁ ପଡିଲା ଏମାନଙ୍କୁ ଦୀର୍ଘ ୭ଘଣ୍ଟା ପରେ ମଧ୍ୟ ନିରାଶ ହୋଇ ଫେରିଲେ ସରପଞ୍ଚ ସମୂହ। ଦେଖନ୍ତୁ କେମିତି ମହିଳା ସରପଞ୍ଚମାନେ ବି ଅପେକ୍ଷା କରି ବସି ରହିଛନ୍ତି ତଳେ । ଉପଜିଲ୍ଲାପାଳ ଆସିବେ ଏବଂ ତାଙ୍କ ଇସ୍ତଫା ପତ୍ର ନେବେ । ରାତି ଯାଏଁ ନ ନଖାଇ ନ ପିଇ ଘରେ ଛୋଟ ପିଲାମାନଙ୍କୁ ଛାଡି ବସିରହିଛନ୍ତି ଏମାନେ ।

ଏହାକୁ କଂଗ୍ରେସ ଦୁର୍ଭାଗ୍ୟଜନକ କହିବା ସହ ଏହା ଗଣତନ୍ତ୍ର ପ୍ରତି ବିପଦ କହିଛି । ଅନ୍ୟ ପଟରେ ସରପଞ୍ଚଙ୍କ ଇସ୍ତଫାକୁ ନେଇ ପୂର୍ବତନ ଜିଲା ବିଜେଡି ସଭାପତି ତଥା ୬ ନଂ ବିଜେଡି ଜିଲାପରିସଦ ସଦସ୍ୟ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀଙ୍କ ସହ ରାଜ୍ୟ କଂଗ୍ରେସର ସମ୍ପାଦକ ସଂଗ୍ରାମ ଦାସ ଓ ଜିଲା କଂଗ୍ରେସ ଯୁବ ସଭାପତି ସୁନେସ ଧୀର ଙ୍କ ସହ ଆରୋପ ଓ ପ୍ରତ୍ୟାରୋପକୁ ନେଇ ଧସ୍ତାଧସ୍ତି ହୋଇଥିଲା । ବିଜେଡି ଓ କଂଗ୍ରେସ କର୍ମୀମାନେ ଉଭୟ ଙ୍କୁ ଏଥିରୁ ନିବୃତ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.