ଉଦଘାଟିତ ହେଲା ଦୀର୍ଘତମ ସେତୁ, ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡିବ, ୨ ଘଣ୍ଟାରୁ ୨୦ ମିନିଟକୁ ହ୍ରାସ ପାଇବ ଯାତ୍ରା ସମୟ

ଦେଶର ଭିତ୍ତିଭୂମି ବିକାଶରେ ଯୋଡି ହୋଇଛି ଆଉ ଏକ ସଫଳତା। ଉଦଘାଟିତ ହୋଇଛି ଦେଶର ଦୀର୍ଘତମ ଭୂକମ୍ପ ନିରୋଧୀ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ବା ଅଟଳ ସେତୁ।

ଦେଶର ଭିତ୍ତିଭୂମି ବିକାଶରେ ଯୋଡି ହୋଇଛି ଆଉ ଏକ ସଫଳତା। ଉଦଘାଟିତ ହୋଇଛି ଦେଶର ଦୀର୍ଘତମ ଭୂକମ୍ପ ନିରୋଧୀ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ବା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡୁଥିବା ଅଟଳ ବିହାରୀ ବାଜପେୟୀ ସେୱରି- ନାଭା ସେଭା ଅଟଳ ସେତୁ ଉଦଘାଟନ କରିଛନ୍ତି। ଜାନୁଆରୀ ୧୩ ତାରିଖରୁ ଏହି ସେତୁ କାର୍ଯ୍ୟକ୍ଷମ ହେବ।

ଏହି ସେତୁ ଉଦଘାଟିତ ହେବା ଦ୍ୱାରା ଏହି ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୨ ଘଣ୍ଟାରୁ ୨୦ ମିନିଟକୁ ହ୍ରାସ ପାଇବ। ମୁମ୍ବାଇର ସେୱରି ଓ ରାଇଗଡ ଜିଲ୍ଲାର ନାଭା ସେଭା ମଧ୍ୟରେ ଏହି ୨୧.୮ କିଲୋମିଟର ଦୀର୍ଘ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ନିର୍ମିତ ହୋଇଛି । ୬ ଥାକିଆ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ସେତୁର ୧୬.୫ କିଲୋମିଟର ସମୁଦ୍ରରେ ଓ ୫.୫୦ କିଲୋମିଟର ସ୍ଥଳ ଭାଗରେ ରହିଛି।

କେବଳ ଚାରିଚକିଆ ଯାନ ଏହି ସେତୁରେ ଯିବାଆସିବା କରିପାରିବ। ଚାରିଚକିଆ ଯାନଗୁଡିକ ସର୍ବାଧିକ ଶହେ କିଲୋମିଟର ବେଗରେ ଯାତାୟତ କରିପାରିବ। ତେବେ ସେତୁ ଉପରେ ଚଢିବା ବେଳେ ଏବଂ ଓହ୍ଲାଇବା ବେଳେ ଗାଡିର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି। ସେତୁ ନିର୍ମାଣରେ ୧୭ହଜାର ୮୪୦ କୋଟି ଟଙ୍କା ବିନିଯୋଗ ହୋଇଛି। ସେତୁ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନାସିକରେ ରୋଡ୍ ସୋ କରିଥିଲେ। ଶ୍ରୀ କଳାରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଜାତୀୟ ଯୁବ ମହୋତ୍ସବରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.