ଆକାଶ କ୍ଷେପଣାସ୍ତ୍ରର ଫ୍ଲାଇଟ ଟେଷ୍ଟ ସଫଳ

ବାଲେଶ୍ବର ଚାନ୍ଦିପୁର ସ୍ଥିତ ଆଇଟିଆରରୁ ନୂଆ ପିଢ଼ିର ଆକାଶ କ୍ଷେପଣାସ୍ତ୍ରର ଫ୍ଲାଇଟ ଟେଷ୍ଟ ସଫଳ । ଆଜି ପୂର୍ବାହଣ ୧୦ଟା ୩୦ରେ ଏହି ପରୀକ୍ଷା କରାଯାଇଛି । ଏହା ଆକାଶରେ ଅଳ୍ପ ଉଚ୍ଚତାରେ ଏକ ଦ୍ରୁତ ଗାମୀ ମାନବବିହୀନ ଟାର୍ଗେଟକୁ ହିଟ କରିଥିଲା ।

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର ସ୍ଥିତ ଆଇଟିଆରରୁ ନୂଆ ପିଢ଼ିର ଆକାଶ କ୍ଷେପଣାସ୍ତ୍ରର ଫ୍ଲାଇଟ ଟେଷ୍ଟ ସଫଳ । ଆଜି ପୂର୍ବାହଣ ୧୦ଟା ୩୦ରେ ଏହି ପରୀକ୍ଷା କରାଯାଇଛି । ଏହା ଆକାଶରେ ଅଳ୍ପ ଉଚ୍ଚତାରେ ଏକ ଦ୍ରୁତ ଗାମୀ ମାନବବିହୀନ ଟାର୍ଗେଟକୁ ହିଟ କରିଥିଲା । ଏହି ଫ୍ଲାଇଟ ଟେଷ୍ଟ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି ।

ଆକାଶ ମିସାଇଲ ସଫଳ ପରୀକ୍ଷଣ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏପଟେ ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର। ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଆଜି ପୂର୍ବାହଣରେ ବାଲେଶ୍ବର ସହରରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଶବ୍ଦ ଏତେ ଜୋର ଥିଲା ଯେ ଭୟର ବାତାବରଣ ଖେଳି ଯାଇଥିଲା। ଶବ୍ଦର ଉତ୍ସ କେଉଁଠି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.