Below header

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ୨୦୦ରୁ ୪୪ ଜଣଙ୍କ ରକ୍ତ ନମୁନା ପଜିଟିଭ୍

କଳାହାଣ୍ଡି : ବ୍ୟାପୁଛି ଡେଙ୍ଗୁ । କୋକସରା ବ୍ଳକ ଲଡୁଗାଁର ଆଉ ୨୦ ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ବାହାରିଛି । ଗତକାଲି ସୁଦ୍ଧା ୨୪ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୨୦୦ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୪ଟି ପଜିଟିଭ୍ ବାହାରିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ବିଶାଖାପାଟଣାରେ ଚିକିତ୍ସା ହେଉଛନ୍ତି । ଲଡୁଗାଁରେ ଡେଙ୍ଗୁ ବ୍ୟାପୁଥିବା ଜଣାପଡ଼ିବା ପରେ ଜିଲ୍ଲାପାଳ ଓ ସିଡିଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

dengueସେହିପରି ଡାକ୍ତରୀ ଟିମ୍ ପହଞ୍ଚି ଡେଙ୍ଗୁ ଲକ୍ଷଣ ଥିବା ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ । ଭୟଭୀତ ନହେବା ଲୋକଙ୍କୁ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ କରାଯାଉଛି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଗାଁରେ ମଶା ବଂଶ ବିସ୍ତାର କରୁଛନ୍ତି । ଫଳରେ ଡେଙ୍ଗୁ ବ୍ୟାପୁଛି । ଅଧିକ ଦିନ ପାଣି ଜମା କରି ନରଖିବା ଓ ମଶାରି ଟାଣି ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.