Below header

୧୦୦ କୋଟିରେ ବିକ୍ରି ହେବ ଜଗାର ଜମି, ଗଜପତିଙ୍କ ବାର୍ଷିକ ଭତ୍ତା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ପୁରୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଳକା ବଜେଟ୍‌ । ଏହି ବଜେଟ୍‌ରେ ଆୟ ୧୦୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଖର୍ଚ୍ଚ ଅଟକଳ ୭୮ କୋଟି ଟଙ୍କା ରହିଛି । ଜମି ବିକ୍ରିରୁ ଶହେ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଆସନ୍ତା ବର୍ଷ ୧୫ କୋଟି ଟଙ୍କା ଆୟ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଏଥସହ ରଥଯାତ୍ରା ପାଇଁ ୬ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଥିବା ବେଳେ ଗଜପତି ମହାରାଜାଙ୍କ ବାର୍ଷିକ ଭତ୍ତାକୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ସ୍ଥାୟୀଜମା ୬୫୦ କୋଟି ଟଙ୍କା ଥିବା ବେଳେ ଏହାକୁ ୭୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ରଖାଯାଇଛି । ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.