ଓଡ଼ିଶାରେ କଂଗ୍ରେସ ଆସିଲେ କୃଷିଋଣ ଛାଡ଼ ହେବ : ରାହୁଲ ଗାନ୍ଧି

ବରଗଡ଼ : ପୁଣି ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ । ବରଗଡ଼ରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ଉଠାଇଛନ୍ତି ଚାଷ, ଚାଷୀ ଓ ରୋଜଗାର ପ୍ରସଙ୍ଗ । ଉଦବୋଧନରେ ରାହୁଲ କହିଛନ୍ତି, ସବୁ ଭାଷଣରେ ମୋଦି ଚାଷୀଙ୍କ କଥା କହୁଛନ୍ତି । ହେଲେ ଚାଷୀଙ୍କ ପାଇଁ ଟଙ୍କାଟିଏ ବି ଋଣଛାଡ କରିନାହାନ୍ତି । ରାଫେଲ ଡିଲ କଥା ଉଠାଇ ବର୍ଷିଛନ୍ତି । ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ଜମି ଅଧିଗ୍ରହଣ ପ୍ରସଙ୍ଗରେ କହିଛନ୍ତି ଚାଷୀଙ୍କ ଜମି ଉଦ୍ୟୋଗପତିଙ୍କୁ ଦିଆଯିବ ନାହିଁ । ଚାଷୀଙ୍କ ବିନା ଅନୁମତିରେ କେହି ଜମି ନେଇପାରିବେନି । ଯଦି ନିଅନ୍ତି,ତାହାହେଲେ ୪ ଗୁଣ ମୂଲ୍ୟ ଦେଇ ନେବେ ।

କଂଗ୍ରେସ ଚାଷୀଙ୍କ ପାଇଁ ଯାହା କହେ ତାହା କରେ । ଛତିଶଗଡ଼ରେ କଂଗ୍ରେସ ସରକାର ଆସିବାର ୧୦ ଦିନରେ କୃଷିଋଣ ଛାଡ କରାଯାଇଛି । ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ । ସମସ୍ତଙ୍କୁ ମିଳିବ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକାର । ବେକାରୀ ପ୍ରସଙ୍ଗ ଉଠାଇ କହିଛନ୍ତି, ଓଡ଼ିଶାର ଯୁବକମାନେ କାମ କରିବାକୁ ବାହାରକୁ ଯାଉଛନ୍ତି ।ବରଗଡ଼ ନୂଆ ସରସରାରେ ଆୟୋଜିତ କଂଗ୍ରେସ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଓଡ଼ିଶା ପ୍ରଭାରୀ ଟିଏସ ସିଂହଦେଓ ପ୍ରମୁଖ ଯୋଗଦେଇଛନ୍ତି ।

Leave A Reply

Your email address will not be published.