କଟକ ମାଲଗୋଦାମର ପଲିଥିନ୍‌ ଗୋଦାମରେ ଚଢାଉ, ୨୨ କ୍ୱିଣ୍ଟାଲରୁ ଅଧିକ ପଲିଥିନ ଜବତ

କଟକ ମାଲଗୋଦାମରେ ବିଭିନ୍ନ ପଲିଥିନ ଗୋଦାମ ଉପରେ ଚଢାଉ, ୨୨ କ୍ୱିଣ୍ଟାଲରୁ ଅଧିକ ପଲିଥିନ ଜବତ । ସିଏମସି କମିଶନର ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ କଟକ ମହାନଗର ନିଗମ ପକ୍ଷରୁ ଗଠିତ ୭ଟି ଏନଫୋର୍ସମେଣ୍ଟ ଟିମ ମାଲଗୋଦାମ ଉପରେ ଚଢାଉ କରିଥିଲା। ସେଠାରେ ଦୁଇଟି ଗୋଦାମରୁ ୨୨ କ୍ୱିଣ୍ଟାଲ ପଲିଥିନ ଜବତ କରାଯାଇଛି । ଏହି ଦୁଇଟି ଗୋଦାମ ମାଲିକଙ୍କ ଠାରୁ ୬୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ଅନ୍ୟପଟରେ ସିଙ୍ଗଲ ଇଉଜ ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରାଯିବ ବୋଲି କହିଛି ମାଲଗୋଦାମ ବ୍ୟବସାୟୀ ସଂଘ। କୌଣସି ବ୍ୟବସାୟୀ ପଲିଥିନ୍‌ ନରଖିବାକୁ ମଧ୍ୟ ସଂଘ ନିବେଦନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.