Below header

ଯାଜପୁର: ଜାଗା ମିଶନ ଯୋଜନା ଜରିଆରେ ବସ୍ତିବାସିନ୍ଦାଙ୍କ ପରିବାରକୁ ସରକାରୀ ଜାଗା,କଲ୍ୟାଣପୁର ବସ୍ତିର ୨୨ ଜଣଙ୍କୁ ୩୦ ସ୍କୋୟାର ମିଟର ଜାଗା ମିଳିଲା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ସହରରୁ ବସ୍ତି ସମ୍ପୂର୍ଣ୍ଣ ଉଛେଦ ହେବ। ସମସ୍ତ ପରିବାରକୁ ସରକାରୀ ଜାଗା ସହିତ ସରକାରୀ ଘର ଯୋଗାଇ ଦିଆଯିବ । ଆଜି ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ସହରର କଲ୍ୟାଣପୁର ବସ୍ତି  ଅଞ୍ଚଳର ୨୨ ଜଣଙ୍କୁ ୩୦ ସ୍କୋୟାର ମିଟର ଜାଗା ଯୋଗାଇ ଦିଆଯାଇଛି। ଏହି ଜାଗାରେ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜୀବ ଆବାସ ଯୋଜନା ରେ ଘର ମଧ୍ୟ ଯୋଗାଇଦିଆଯିବ।

ଆଜି ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ସଭାପତିତ୍ୱରେ ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୂର୍ବତନ ପୋୖରାଧକ୍ଷ ଭାବପ୍ରସାଦ ଦାସ ଯୋଗ ଦେଇ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।

ଏହି ଅବସରରେ ପୂର୍ବତନ ଉପାଧ୍ୟକ୍ଷ ସନ୍ତୋଷ ମଳିକ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକଙ୍କ ସମେତ ପୌରପାଳିକାର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ହିତାଧିକାରୀ ମାନେ ଜାଗାମିଶନ ମାଧ୍ୟମରେ ଭୂମି ପ୍ରମାଣପତ୍ର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.