Below header

ଆଜି ଭୁବନେଶ୍ୱରରୁ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ଟ୍ୱିଟ ଜରିଆରେ ସୂଚନା ଦେଲା ବିଏମସି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ଆଉ ନୂଆ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୩ଟି ଲୋକାଲ କଣ୍ଟାକ୍ଟ କେସ୍‌ ରହିଥିବା ବେଳେ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମୁନିସିପାଲ କମିଶନ ବା ବିଏମସି କତ୍ତୃପକ୍ଷ | ଖବର ଅନୁଯାୟୀ ଲୋକାଲ କଣ୍ଟାକ୍ଟ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଜଣ, ସାମନ୍ତରାପୁର ନୂଆଗାଁ ପ୍ରେଟ୍ରୋଲ ନିକଟରୁ ୨ ଜଣ, ଚକେଇସିଆଣିରୁ ୪ ଜଣ, ଚକେଇସିଆଣି ହାଡବାଇ ବସ୍ତିରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ପାସ୍‌ପୋର୍ଟ ଅଫିସ ନିକଟ ବାଲତୋଟା ବସ୍ତିରୁ ୪ ଜଣ, ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ପୁଣି ଜଣେ ସଂକ୍ରମିତ ହୋଇଛନ୍ତି । ସେପଟେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରୁ ଜଣେ,

ଅଶୋକ ନଗର ଜନପଥ ଟାଓ୍ଵାର ନିକଟରୁ ଜଣେ, ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରୁ ଜଣେ, ସରକାରୀ ମେଡିକାଲରୁ ଜଣେ, ନୟାପଲ୍ଲୀର ଜଣେ ଘରୋଇ ହସ୍ପିଟାଲର କାର୍ଯ୍ୟରତ କର୍ମଚାରୀ ପଜିଟିଭ୍‌ ହୋଇଛନ୍ତି । ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ ମଧ୍ୟରୁ ଘରୋଇ ହସ୍ପିଟାଲର ଜଣେ ଓ ଅନ୍ୟଜଣେ ରେଲେଓ୍ଵ ଅଧିକାରୀ ଥିବା ଜଣାଯାଇଛି । ଏହା ସହ ଭୁବନେଶ୍ୱରରୁ ଆଉ ୭ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍‌ ୩୧୪ ଜଣ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ କେସ୍‌ ୧୩୫ ରହିଛି । ଏଯାବତ ରାଜଧାନୀରେ ୪ଜଣଙ୍କ ମୁଣ୍ଡ ନେଇସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.