Below header

ଆଜି କ୍ଯାମେରା ଦିବସ, ଜାଣନ୍ତୁ ବଜାରକୁ ପ୍ରଥମେ କେବେ ଓ କେଉଁ କ୍ଯାମେରା ଆସିଥିଲା

ଆଜି ‘କ୍ଯାମେରା ଦିବସ’। ଫ୍ରେଞ୍ଚ ଉଦ୍ଭାବକ ଜୋସେଫ୍ ନିସେଫର୍ ନିପସ ୧୮୨୫ ମସିହାରେ ବିଶ୍ବର ପ୍ରଥମ ଫଟୋଗ୍ରାପ୍ ଉଠାଇଥିଲେ। ସେହି ଫଟୋଟି ଥିଲା, ଲି ଗ୍ରାସ୍ ସ୍ଥିତ ତାଙ୍କ ପାରିବାରିକ ଭୂ-ସଂପତ୍ତିର ଫଟୋ। ନିଜ କାରିଗରୀ କୌଶନ ଦ୍ବାରା ସେ ନିଜ ରାଜପ୍ରାସାଦର ଝରକା ପାଖରୁ ଯେଉଁ ଫଟୋଟି ଉଠାଇଥିଲେ, ତାହା ‘ହେଲିଓଗ୍ରାଫ୍’ ଭାବେ ନାମିତ। ଏହାପରେ ୧୮୩୯ ମସିହାରେ ଲୁଇସ୍ ଜାକ୍ ମାଣ୍ଡେ ଡାଗେୟା ଏବଂ ୧୮୫୬ ମସିହାରେ ହାମିଲଟନ୍ ସ୍ମିଥ୍ ଫଟୋ ଉଠାଇବା ପାଇଁ ‘ଡାଗେୟାଟାଇପ୍’ ଓ ‘ଟିନଟାଇପ୍’ କାରିଗରୀ କୌଶଳ ବିକଶିତ କରିଥିଲେ। ଏହାର ଅନେକ ବର୍ଷ ପରେ ପ୍ରଥମେ କ୍ଯାମେରାରେ ପିଲ୍ମ ତିଆରି କରିଥିଲେ ଜର୍ଜ ଇଷ୍ଟମ୍ଯାନ୍।

camera-୧୮୮୮ ମସିହାରେ କୋଡାକ୍ କ୍ଯାମେରାର ବିକ୍ରି ଆରମ୍ଭ ହୋଇଥିଲା। ଏହାପରେ ୧୯୨୫ ମସିହାରେ ବଜାରକୁ ଆସିଥିଲା ପ୍ରଥମ ଲାଇକା କ୍ଯାମେରା, ୧୯୩୬ ମସିହାରେ ୩୫ଏମଏମ୍ ରେଞ୍ଜଫାଇଣ୍ଡର କାନନ୍, ୧୯୮୯ ମସିହାରେ ପ୍ରଥମ ଫୁଜି ଡିଜିଟାଲ୍ କ୍ଯାମେରା ନିର୍ମିତ ହୋଇଥିଲା ଏବଂ ୧୯୯୧ ମସିହାରେ କୋଡାକ୍ ଡିଜିଟାଲ କ୍ଯାମେରା। ସେହିଭଳି ୧୯୯୯ ମସିହାରେ ନିକନ୍ ଡିଜିଟାଲ ଏସଏଲଆର୍ କ୍ଯାମେରା ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା। କିନ୍ତୁ ୨୦୧୦ ମସିହା ପରଠାରୁ ଫଟୋ ପାଇଁ ସବୁ ମୋବାଇଲ୍ ଫୋନରେ ଥିବା କ୍ଯାମେରା ବ୍ଯବହାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.