Below header

ଯାଜପୁର ସରକାରୀ ଅଫିସରେ ଲାଗିଲା କଟକଣା, ଜୁଲାଇ ୮ ଯାଏଁ ପ୍ରବେଶ କରିପାରିବେନି ସାଧାରଣ ଜନତା

ଯାଜପୁର ଟାଉନ: ଯାଜପୁର ସ୍ଥିତ ଏହି ସରକାରୀ ଅଫିସକୁ ସାଧାରଣ ଜନତାଙ୍କୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅଫିସରେ ଲାଗିଲା କଟକଣା । ଖବର ଅନୁଯାୟୀ ଯାଜପୁର ତହସିଲଦାର କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏମିତିକି ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ କଟକଣା ଲଗାଯାଇଛି । ଗତ ୪୮ ଘଣ୍ଟା ଭିତରେ ୮୧ ଜଣ କୋରୋନା ରୋଗୀ ଚିହ୍ନଟ ପରେ ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କର୍ମଚାରୀ ମାନଙ୍କ ପାଇଁ କୌଣସି ପ୍ରକାର କଟକଣା ଲାଗୁ କରାଯାଇନାହିଁ । କିନ୍ତୁ ଅଫିସ ମଧ୍ୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ ଜିଲ୍ଲାର ଏପରି ଅବସ୍ଥାରେ ଭୟଭୀତ ହୋଇଯାଇଛନ୍ତି ଜିଲ୍ଲାବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.