ମାନିବାକୁ ପଡିବ ବ୍ୟକ୍ତିଙ୍କୁ, ଗୁଳି ଖାଇବା ପରେ ମଧ୍ୟ ରକ୍ତ ଜୁଡୁବୁଡ ଅବସ୍ଥାରେ ଷ୍ଟ୍ରେଚର ଉପରେ ଶୋଇ ବିଡି ଟାଣିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଏପରି କହିବାର କାରଣ ହେଉଛି ଏହି ଭିଡିଓ ଏମିତି ସେମିତି ଭିଡିଓ ନୁହେଁ ଯିଏ ବି ଦେଖିବେ ସେ ଆଚମ୍ବିତ ହେବେ। ଭିଡିଓରେ ଆପଣ ଦେଖୁପାରୁଥିବେ ଯେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ ହେବା ପରେ ତାଙ୍କୁ ଷ୍ଟ୍ରେଚରରେ ହସପିଟାଲ ନିଆଯାଉଛି। କିନ୍ତୁ ଏଠି ଆଶ୍ଚଯ୍ୟର୍ର କଥା ଯେ ଗୁଳି ଖାଇବା ପରେ ବି ବ୍ୟକ୍ତି ଜଣଙ୍କ ହାତରେ ବିଡି ଧରିଥିବା ନଜର ଆସିଥିଲେ।

ବ୍ୟକ୍ତି ଜଣଙ୍କ ଘଣଟା ସମ୍ପର୍କରେ କହିବା ସହିତ ମଝିରେ ମଝିରେ ବିଡି ଟାଣୁଥିବା ଦେଖାଯାଉଛନ୍ତି। ଏହି ଭିଡିଓକୁ ଓଡିଶାର ସିନିୟର ଆଇପିଏସ୍‌ ଅରୁଣ ବୋଥ୍ରା ଟ୍ଵିଟରରେ ସେୟାର କରିଛନ୍ତି। ଯାହାପରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

bidiଏହି ଭିଡିଓଟି ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଭିଡିଓରେ ଦେଖାଯାଉଛି ଯେ ବ୍ୟକ୍ତିଙ୍କ ସାମ୍ନାରେ ରିପୋଟର୍ସ ଛିଡା ହୋଇଛନ୍ତି ଆଉ ସେମାନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଉଛନ୍ତି। ତେବେ ଏହି ସମୟରେ ଦେଖାଯାଉଛି ଯେ ସେ ହାତରେ ବିଡି ଧରିଥିବା ନଜର ଆସଛି।
ଗୁଳି ଲାଗିବା ପରେ ବି ତାଙ୍କ ହାତରେ ବିଡି ଖସିନଥିଲା। ତେବେ ଏହାକୁ ଦେଖି ଆଇପିଏସ ଅରୁଣ ବୋଥ୍ରା ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଯେ, ‘ବ୍ୟକ୍ତିଙ୍କ ହାତରୁ ବିଡି ତଳେ ପଡିଲା ନାହିଁ ଆଉ ଚାଇନା କଣ କହୁଛି ଯାଗା ଛାଡି ଦିଅ।


ତେବେ ଅରୁଣ ବୋଥ୍ରା ଭିଡିଓଟିକ୍‌ୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହରିୟାଣାର ଏହି ଭାଇ ଜଣଙ୍କୁ ଗୁଳି ଲାଗିବା ପରେ ମଧ୍ୟ କପଡାରେ ରକ୍ତରେ ଜୁଡୁବୁଡୁ ହେବା ପରେ ମଧ୍ୟ ବ୍ୟକ୍ତି ଜଣଙ୍କ ହାତରୁ ବିଡି ଛାଡିନଥିଲେ। ଆଉ ଚାଇନା କହୁଛି ଆପଣଙ୍କୁ ଯାଗା ଛାଡିଦିଅ।’ ପରେ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ଯେ ଏହି ଘଟଣା ହରିୟାଣା ନୁହେଁ ପଶ୍ଚିମ ଉତ୍ତରପ୍ରଦେଶର।

ଏହି ଭିଡିଓକୁ ସେ ୨୭ ଜୁନରେ ଶେୟାର କରିଥିଲେ। ଯାହାକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଲୋକ ଦେଖିସାରିଲେଣି। ଏହାସହିତ ୧୧ ହଜାରରୁ ଅଧିକ ଲାଇକ ଏବଂ ୩ ହଜାରରୁ ଅଧିକ ରି-ଟ୍ଵିଟ ହୋଇଛି। ସେହିପରି ଲୋକମାନେ ଭିଡିଓକୁ ଦେଖି ଅନେକ ପ୍ରକାର ମଜାଳିଆ କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.