“ଜଗନ୍ନାଥ ମୋତେ ସ୍ୱପ୍ନାଦେଶ କରିଛନ୍ତି ମୁଁ ରଥ ଟାଣିବି” କୁନି ହାତରେ ରଥଯାତ୍ରା କଲେ ସମୀକ୍ଷା

ଜଗନ୍ନାଥ ମୋତେ ସ୍ୱପ୍ନାଦେଶ କରିଛନ୍ତି ମୁଁ ରଥ ଟାଣିବି । ଗାଁ ରେ ରଥଯାତ୍ରା ନହେଲେ କଣ ହେଲା ମୁଁ ମୋ କୁନି ରଥରେ ପତାକା ଲଗାଇବାକୁ ପରା ମୋତେ ଶ୍ରୀ ଜଗନ୍ନାଥ ନିଜେ ସ୍ୱପ୍ନରେ ବ୍ରାହ୍ମଣ ବେଶରେ ଆସି କହିଛନ୍ତି । ଆମ ମନ୍ଦିରରେ ରଥଯାତ୍ରା ହୋଇନି ତ ମୁଁ ରଥରେ ବସାଇ ଜଗନ୍ନାଥଙ୍କୁ ଟାଣିବି । ଭାବବିହ୍ୱଳ ହୋଇ ଏମିତି କଥା କହୁଛନ୍ତି କୋରାପୁଟର କୁନି ଝିଅ ସମୀକ୍ଷା ।

ଚଳିତବର୍ଷ ଘୋଷଯାତ୍ରାକୁ ନେଇ କାହିଁକେତେ ତର୍କ ବିତର୍କ ,ସମାଲୋଚନା । ତାହା ପୁଣି ଆଇନ ର ଦୁଆରେ । ଶେଷରେ ଭକ୍ତଙ୍କ ଗୁହାରି ଶୁଣିଲେ ମହାପ୍ରଭୁ, ଆଉ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଅନୁଷ୍ଠିତ ହେଲା ଘୋଷଯାତ୍ରା । ହେଲେ ଗ୍ରାମାଂଚଳରେ ଘୋଷଯାତ୍ରା ନହେବାରୁ ଅନେକ ଅସନ୍ତୋଷ ପ୍ରକାଶ ପାଇଛି । ଏହାମଧ୍ୟରେ ସାମ୍ନାକୁ ଆସିଛି ଜଣେ କୁନି ଭକ୍ତଙ୍କ ଭକ୍ତି ର ଚିତ୍ର । 10 ବର୍ଷର ସମିକ୍ଷା ନିଜ ଗାଁଦାଣ୍ଡରେ କାଗଜ ଓ ସୋଲରେ ରଥ ତିଆରି କରି ପୂଜାର୍ଚନା କରି ରଥ ଟାଣିଛନ୍ତି । ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଏହି ଝିଅ ଜଣକ ହେଉଛନ୍ତି କୋରାପୁଟ ବୋରିଗୁମ୍ମା ଅଂଚଳ ନାରୀଗାଁର ସମୀକ୍ଷା ଦାଶ । ସମୀକ୍ଷା କୁମୁଲି ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ଛାତ୍ରୀ । ଏମିତି କିଛି ସ୍ବପ୍ନାଦେଶ ମହାପ୍ରଭୁଙ୍କ ନେତ୍ରୋଉତ୍ସବ ଦିନ ସମିକ୍ଷାଙ୍କୁ ହୋଇଥିଲା ବୋଲି କହୁଛନ୍ତି ସେ । ଆଉ ସେଦିନଠୁ ରଥଟଣା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ସମିକ୍ଷା ଏବଂ ରଥଯାତ୍ରା ଦିନ ପୂଜାର୍ଚନା କରି ଟାଣିଥିଲେ ରଥ । କେବଳ ସେତିକି ନୁହେଁ ବାହୁଡା ବି କରିବେ ବୋଲି କହିଛନ୍ତି । ତେବେ ସମୀକ୍ଷା ସିନା ଜଣେ କୁନି ଭକ୍ତ ହେଲେ ଭଗବାନ କଣ ତାଙ୍କ ପାଇଁ ମନା । ସେ ପରା ସାରା ଜଗତର ଠାକୁର । ଘଟଣା ଯାହା ବି ହେଉ କିନ୍ତୁ ଜଣେ କୁନି ଭକ୍ତଙ୍କର ଭକ୍ତି ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.