ଇ-ପାସ ମାଗିବାରୁ ପୂର୍ବତନ ସାଂସଦଙ୍କ ଅଂହକାରରେ ଆଞ୍ଚ ଆସିଗଲା, ପୋଲିସକୁ ଲାତ ମାରି କଲେ ଆକ୍ରମଣ !

ଦେଶରେ କରୋନା ମହାମାରୀ କାରଣରୁ ସୁରକ୍ଷା ବ୍ୟବସ୍ଥା ଏକଦମ୍‌ କଡାକଡି ହୋଇଯାଇଛି। ଏହି ସମୟରେ ତାମିଲନାଡୁର ପୂର୍ବ ସାଂସଦଙ୍କ ଦ୍ୱାରା ଜଣେ ପୋଲିସକର୍ମୀଙ୍କୁ ମାଡପିଟ କରିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଏହି ପୂରା ଘଟଣା ଇ-ପାସ ମାଗିବାକୁ ନେଇ ହୋଇଥିବା ଜଣାପଡିଛି।

mlaସୂଚନା ଅନୁଯାୟୀ ତାମିଲନାଡୁର ପୂର୍ବ ସାଂସଦ ଏବଂ ଡିଏମକେ ପାର୍ଟିର ନେତା ଅର୍ଜୁନନ କେଉଁ ସ୍ଥାନକୁ ଯାଉଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ପୋଲିସକର୍ମୀ ସଲେମ ଚେକ ପୋଷ୍ଟ ପାଖରେ ପୂର୍ବ ସାଂସଦଙ୍କ ଗାଡିକୁ ଅଟକାଇଥିଲେ। ଏଠାରେ ପୋଲିସକର୍ମୀ ଇ-ପାସ ମାଗିଲେ ଯେଉଁ କାରଣରୁ ନେତାଙ୍କ ଅଂହକାରରେ ଆଞ୍ଚ ଆସିଲା ଏବଂ ସେ ପୋଲିସକର୍ମୀଙ୍କୁ ଦୁବ୍ୟର୍ବହାର କରିବା ଆରମ୍ଭ କରିଦେଲେ। କେବଳ ଏତିକି ନୁହେଁ ପୋଲିସକର୍ମୀଙ୍କୁ ଧକ୍କା ମଧ୍ୟ ଦେଲେ।


ଏହାର ଜବାବରେ ଯେତେବେଳେ ପୋଲିସକର୍ମୀ ମଧ୍ୟ ପ୍ରତିରୋଧ କରିଥିଲେ ସେତେବେଳେ ନେତାଙ୍କୁ ଆହୁରି ଜୋରରେ କ୍ରୋଧ ଆସିଲା, ଯାହାପରେ ସେ ପୋଲିସକର୍ମୀଙ୍କୁ ଲାତ ମାରିବା ଆରମ୍ଭ କଲେ। ଏପରି କିଛି ସମୟ ବାତ ବିତର୍କ ହେବା ପରେ ପୂର୍ବ ସାଂସଦ ନିଜ ଗାଡିରେ ବସି ସେଠାରୁ ଚାଲିଗଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ମହାମାରୀ କାରଣରୁ ଅନେକ ରାଜ୍ୟରେ ସୀମା ଉପରେ ପ୍ରଶାସନଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.