ଫ୍ଲାଇଂ ସ୍କ୍ଵାର୍ଡ ଚେକିଂରେ ଅଡି କାରରୁ ୨୭ ଲକ୍ଷ ୬୦ ହଜାର ଟଙ୍କା ଜବତ

ଫ୍ଲାଇଂ ସ୍କ୍ଵାର୍ଡ ଚେକିଂ ବେଳେ ୨୭ ଲକ୍ଷ ୬୦ ହଜାର ଟଙ୍କା ଜବତ। ବିଶ୍ରା ଥାନା ମହିପାଣି ନିକଟରେ ଏକ ଅଡି କାର ଯାଉଥିବା ବେଳେ ଏହାକୁ ଫ୍ଲାଇଂ ସ୍କ୍ଵାର୍ଡ ଅଟକାଇ ଯାଞ୍ଚ କରିବାକୁ ପ୍ରୟାସ କରୁଥିବା ବେଳେ କାରରୁ ସବୁ ଟଙ୍କା ଫିଙ୍ଗି ଦେଇ ଚାଲିଯାଇଥିଲା। ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏତେ ପରିମାଣର ଟଙ୍କା କେଉଁଠାରୁ କୁଆଡେ ଯାଉଥିଲା ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୋଲିସ।