ବିବାହ ତ ପାଣ୍ଡବଙ୍କ ସହ ହୋଇଥିଲା କିନ୍ତୁ ଦ୍ରୌପଦୀଙ୍କ ପ୍ରକୃତ ପ୍ରେମ ଥିଲେ ଆଉ ଜଣେ, କଣ ଆପଣ ଜାଣନ୍ତି କିଏ ସେହି ଯୋଦ୍ଧା

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । ଗୋଟିଏ ପଟେ ବହୁପତ୍ନୀ ଏବଂ ଅନ୍ୟପଟେ ବହୁପତି । କେଉଁଠି କାହାର ଅପହରଣ ଏବଂ ଅନ୍ୟ କେଉଁଠି କାହାକୁ କରାଯାଉଥିଲା ଜବରଦସ୍ତ ବିବାହ । ହେଲେ ଏ ସମସ୍ତ ମଧ୍ୟରେ ପ୍ରେମର ଫୁଲ ମଧ୍ୟ ଖେଳିଥିଲା । ମହାଭାରତର ସବୁଠାରୁ ସୁନ୍ଦର ଏବଂ ରହସ୍ୟମୟୀ ମହିଳା ଥିଲେ ଦ୍ରୌପଦୀ । ପାଞ୍ଚ ପତିଙ୍କ ସତ୍ବେ ଦ୍ରୌପଦୀଙ୍କୁ ସତୀ, ସଂସାରର ଶ୍ରେଷ୍ଠତମ ଚରିତ୍ର ଏବଂ ଗୁଣ ଥିବା ମହିଳା ବୋଲି ଗଣାଯାଏ ।

ସମସ୍ତେ ଜାଣନ୍ତି ଦ୍ରୌପଦୀ ପାଂଚ ସ୍ବାମୀଙ୍କୁ ବିବାହ କରିଥିଲେ । ଆଉ ଏହି ପାଂଚ ଜଣଙ୍କ ମଧ୍ୟରୁ ଅର୍ଜୁନଙ୍କୁ ଅଧିକ ପ୍ରେମ କରୁଥିଲେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଦ୍ରୌପଦୀ ପ୍ରକୃତରେ ଅର୍ଜୁନ ନୁହେଁ କର୍ଣ୍ଣଙ୍କୁ ପ୍ରେମ କରୁଥିଲେ । ହେଲେ ପରିବାରର ମାନ ସମ୍ମାନ ପାଇଁ ଉଭୟ ଦ୍ରୌପଦୀ ଏବଂ କର୍ଣ୍ଣ ପରସ୍ପରଙ୍କୁ ନିଜ ମନ କଥା କହିପାରିନଥିଲେ । ତେବେ ଆସନ୍ତୁ ଜାଣିବା ପୁରା ପ୍ରେମ କାହାଣୀ ।

ପାଞ୍ଚାଳ ଦେଶର ରାଜା ଦ୍ରୁପଦଙ୍କ ପୁତ୍ରୀ ହୋଇଥିବା କାରଣରୁ ଦ୍ରୌପଦୀଙ୍କୁ ନେଇ ଅନେକ ବିଶେଷ କଥା ବିଭିନ୍ନ ରାଜ୍ୟରେ ଶୁଣିବାକୁ ମିଳୁଥିଲା । ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟ,ବୁଦ୍ଧି ଏବଂ ବିବେକ ଦେଖି ଅନେକ ରାଜା ତାଙ୍କ ଉପରେ ମୋହିତ ଥିଲେ । କିନ୍ତୁ ମହାରଥୀଙ୍କ କର୍ଣ୍ଣଙ୍କୁ ଦ୍ରୌପଦୀଙ୍କ ନିଡର ସ୍ବଭାବ ବହୁତ ପସନ୍ଦ ଥିଲା । ନିଜ ସଖୀ ମାନଙ୍କ ସହ ଭ୍ରମଣ କରିବାକୁ ଯାଇଥିବା ସମୟରେ ଦ୍ରୌପଦୀଙ୍କୁ ଦେଖୁ ଦେଖୁ ତାଙ୍କ ପ୍ରେମରେ ପଡିଯାଇଥିଲେ କର୍ଣ୍ଣ ।

ଯେତେବେଳେ ସ୍ବୟମ୍ବର ପାଇଁ ସମସ୍ତ ମହାନ୍ ଯୋଦ୍ଧାଙ୍କ ଚିତ୍ର ଦ୍ରୌପଦୀଙ୍କ କକ୍ଷକୁ ରାଜା ଦ୍ରୁପଦ ପଠାଇଥିଲେ ସେଥିରେ କର୍ଣ୍ଣଙ୍କ ଚିତ୍ର ମଧ୍ୟ ଥିଲା । ଦୁର‌୍ୟ୍ୟୋଧନଙ୍କ ମିତ୍ର ହୋଇଥିବା କାରଣରୁ ସମସ୍ତେ କର୍ଣ୍ଣଙ୍କୁ ସମ୍ମାନ ଦେବା ସହ ରାଜ ପରିବାରର ବୋଲି ମଧ୍ୟ ମାନୁଥିଲେ । ଦ୍ରୌପଦୀ ମଧ୍ୟ କର୍ଣ୍ଣଙ୍କ ଫଟୋ ଦେଖୁ ଦେଖୁ ପ୍ରେମ କରିବସିଥିଲେ ।

ତେବେ ଭୀଷ୍ମଙ୍କଠୁ ପ୍ରତିଶୋଧ ନେବା ପ୍ରତିଜ୍ଞା ବିଷୟରେ ପ୍ରଥମରୁ ହିଁ ଦ୍ରୌପଦୀଙ୍କୁ ବାପା ଦ୍ରୁପଦ କହିଦେଇଥିଲେ । ଏହ ସହ ଦ୍ରୁପଦ ଏକଥା ମଧ୍ୟ ଜାଣି ସାରିଥିଲେ ଯେ କର୍ଣ୍ଣ ଜଣେ ସୁତପୁତ୍ର । ଏବଂ ଯଦି ତାଙ୍କ ସହ ହୁଏ ତେବେ ସାରା ଜୀବନ ଜଣେ ଦାସୀପତ୍ନୀ ହୋଇ ରହିଯିବେ ଦ୍ରୌପଦୀ ।

କର୍ଣ୍ଣଙ୍କୁ ବିବାହ କଲେ ନିଜ ପିତାଙ୍କ ପ୍ରତିଜ୍ଞା ପୁରା କରି ପାରିବେ ନାହିଁ ବୋଲି ଶେଷରେ କର୍ଣ୍ଣଙ୍କୁ ବିବାହ କରିବା କଥା ମନରୁ ବାହାର କରିଦେଲେ ଦ୍ରୋପଦୀ । ନିଜ ଉପରେ ନିରାଶ ହୋଇ ସାରିଥିବା ଦ୍ରୌପଦୀ ଶେଷରେ କଠୋର ନିର୍ଣ୍ଣୟ ନେଇ ସ୍ବୟମ୍ବରରେ କର୍ଣ୍ଣଙ୍କୁ ସୂତପୂତ୍ର କହି ଘୋର ଅପମାନିତ କରି ବିବାହ ପାଇଁ ମନା କରିଥିଲେ । ଯାହା କର୍ଣ୍ଣଙ୍କୁ ଖୁବ୍ ଆଘାତ ଦେଇଥିଲା ।

ଏହି ଘଟଣା ପରେ ଦ୍ରୌପଦୀଙ୍କୁ ନେଇ କର୍ଣ୍ଣଙ୍କ ମନରେ ବିଷ ଭରିଯାଇଥିଲା । ଯେତେବେଳେ କି ଏହି ଶବ୍ଦର ସତ୍ୟ କେବଳ ଦ୍ରୌପଦୀ ନିଜେ ହିଁ ଜାଣିଥିଲେ । ତେବେ ପାଣ୍ଡବଙ୍କୁ ବିବାହ ପରେ ବି କର୍ଣ୍ଣଙ୍କୁ ନିଜ ହୃଦୟରୁ ବାହାର କରିପାରିନଥିଲେ ଦ୍ରୌପଦୀ । ସେପଟେ ଦ୍ରୌପଦୀଙ୍କୁ ବିବାହ ନକରିପାରିବାରୁ ଦୁଇ ଥର ବିବାହ କରିଥିଲେ କର୍ଣ୍ଣ ।

ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରି ଜଙ୍ଘରେ ବସାଇବାକୁ ଦୁଃଶାସନଙ୍କୁ ଅଦେଶ ଦେଇଥିଲେ ଦୁର‌୍ୟ୍ୟୋଧନ ସେତେବେଳେ ସମସ୍ତେ ଖେଳର ନିୟମ ବାହାନା କରି ଚୁପ୍ ରହିଥିଲେ । ତେବେ କର୍ଣ୍ଣଙ୍କଠୁ ସାହାଯ୍ୟର ଆଶା ରଖିଥିଲେ ଦ୍ରୌପଦୀ । କିନ୍ତୁ ଆତ୍ମଗ୍ଲାନୀ ପାଇଁ ସହୟତା ମାଗିପାରିନଥିଲେ ଦ୍ରୌପଦୀ । ସେହିପରି କର୍ଣ୍ଣ ମଧ୍ୟ ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ଚୁପ୍ ରହିଥିଲେ ।

ଯେତେବେଳେ ପିତାମହ ଭୀଷ୍ମ ଶରଶଯ୍ୟା ରେ ମୃତ୍ୟୁକୁ ଅପେକ୍ଷା କରିଥିଲେ ସେତେବେଳେ ତାଙ୍କୁ ଦେଖାକରିବାକୁ ମହାରଥୀ କର୍ଣ୍ଣ ଆସିଥିଲେ । ସେ ଦ୍ରୌପଦୀଙ୍କୁ ଆଜୀବନ ପ୍ରେମ କରିବାର ରହସ୍ୟ କହିଥିଲେ । ଯେତେବେଳେ କର୍ଣ୍ଣ ନିଜ ପ୍ରେମକାହାଣୀ ସହ ଜଡିତ ବିଭିନ୍ନ ଘଟଣାବଳୀ ଭୀଷ୍ମଙ୍କୁ ଶୁଣାଉଥିଲେ ସେତେବେଳେ ସବୁ କଥା ଦ୍ରୌପଦୀ ମଧ୍ୟ ଶୁଣିଦେଇଥିଲେ । ଏହା ପରେ ଦ୍ରୌପଦୀ ଜାଣି ପାରିଥିଲେ କେବଳ ସେ ନୁହଁନ୍ତି କର୍ଣ୍ଣ ମଧ୍ୟ ତାଙ୍କୁ ବହୁତ ପ୍ରେମ କରୁଥିଲେ । ହେଲେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଦ୍ବାରା କର୍ଣ୍ଣଙ୍କ ବଦ୍ଧ ପରେ ଏହି ପ୍ରେମକାହାଣୀ ଶେଷ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.