Below header

ମାଲକାନଗିରିର ଚମ୍ପାଖାରି ନିକଟରେ ବାଇକ ଦୁର୍ଘଟଣା: ୨ମୃତ,ଜଣେ ଆହତ

ମାଲକାନଗିରି(କେନ୍ୟୁଜ୍): ବାଇକ ଦୁର୍ଘଟଣାରେ ୨ମୃତ । ମାଲକାନଗିରିର ଚମ୍ପାଖାରି ନିକଟରେ ବାଇକ ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇବା ସହ ଜଣେ ଆହତ ହୋଇଛନ୍ତି । ଗତକାଲି ରାତିରେ ଏମାନେ ମାଥିଲିରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକ ରାସ୍ତାକଡ଼ କାନ୍ଥରେ ପିଟି ହୋଇଥିଲା। ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଥିଲେ। ଏମାନେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ ଏବଂ ଘର ବେଜିଙ୍ଗିଗୁଡା ବୋଲି ଜଣାପଡ଼ିଛି। ଗୁରୁତର ଶରତ ମାଝିଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.