Below header

ତାଳଚେର: ଭୋଜି ଖାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ମୃତ ଓ ୨ଗୁରୁତର

ତାଳଚେର(କେନ୍ୟୁଜ୍): ଅଜଣା ଗାଡ଼ି ଧକ୍କାରେ ୩ମୃତ, ୨ଗୁରୁତର। ତାଳଚେରର ସମଲ ଥାନା ୧୪୮ ନଂ ଜାତୀୟ ରାଜପଥର ନାଇକାନାଳୀ ନିକଟରେ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ କାର ଚୁରମାର ହେବା ସହ ଏଥିରେ ଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ମୃତ୍ୟୁ ଘଟିଛି। ମୃତାହତ ମାନେ ରାଉରକେଲାର ବୋଲି ଜଣାପଡ଼ିଛି। ଏମାନେ ଖୋର୍ଦ୍ଧାରୁ ଭୋଜି ଖାଇ ଫେରୁଥିବା ବେଳେ ଭୋରରେ ନାଇକାନାଳୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୨ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.